କୋରାପୁଟ

ମେ ୧ ରୁ ରାଜସ୍ୱ ଅମଲାମାନେ ସମୂହ ଛୁଟିରେ ଯିବେ

କୋରାପୁଟ ; ତା୨୯-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ)ରାଜ୍ୟ ସରକାର ପ୍ରତିଶୃତି ଦେଇ ଦାବି ପୂରଣ କରିବାରେ ଅବହେଳା କରୁଥିବାରୁ ଏହାର ପ୍ରତିବାଦରେ ଆସନ୍ତା ମେ ୧ ତାରିଖଠାରୁ ଓଡିଶା ଅମଳା ସଂଘର ନିଦେ୍ର୍ଦଶକ୍ରମେ କୋରାପୁଟ ଜିଲ୍ଲା ଶାଖାର ସମସ୍ତ ଅମଲାମାନେ ଛୁଟିରେ ଯିବେ ବୋଲି ସାଧାରଣ ସଂପାଦକ ନିତ୍ୟାନନ୍ଦ ଭତ୍ରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅମଲାମାନେ ଚାକିରୀ କରି ବହୁକଷ୍ଠରେ ପରିବାର ପୋଷଣ କରୁଥିବା ବେଳେ ସରକାର ଦାବି ପୂରଣ କରୁ ନ ଥିବାରୁ ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ସେ ସୂଚନା ଦେଇଥିଲେ ।ଅମଲାମାନଙ୍କୁ କ୍ୟାଡରଭୁକ୍ତ କରିବା ପ୍ରମୁଖ ଦାବି ରହିଥିବା ସେ ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାର ୩୭୩ ଜଣ ଅମଲାମାନେ ମେ ୧ ତାରିଖରେ ଛୁଟିରେ ଯିବା ନିମନ୍ତେ ଜିଲ୍ଲାପାଳ ଓ ସମସ୍ତ ବିଭାଗୀୟ କର୍ତୂପକ୍ଷଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଥିଲେ ।ଛୁଟିରେ ରହିଲେ ମଧ୍ୟ ସମସ୍ତ ଅମଲାମାନେ କୋରାପୁଟଠାରେ ଏକତ୍ରୀତ ହେବେ ବୋଲି ସେ ପ୍ରକାଶ କରିଥିଲେ ।ସ୍ଥାନୀୟ ମିଶନଶକ୍ତି ସଭାଗୃହଠାରେ ବରିଷ୍ଠ ସଦସ୍ୟ ଗୋବର୍ଦ୍ଧନ ଅମାନ୍ୟତଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।ଏଥିରେ କେ .ଚନ୍ଦ୍ରଶେଖର , ଯୁଗ୍ମ ସଂପାଦକ ସତ୍ୟନାରାୟଣ ଦଳେଇ , କୋଷାଧ୍ୟକ୍ଷ ସମରେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top