ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜସ୍ୱ ଅମଲାମାନଙ୍କ ଦାବିକୁ ପୂରଣ କରିବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରୁଛନ୍ତି। ପ୍ରତିବାଦରେ ରାଜ୍ୟ ସଂଘର ନିଷ୍ପତି କ୍ରମେ ଭଦ୍ରକ ଜିଲାର ରାଜସ୍ୱ ଅମଲାମାନେ ଆସନ୍ତା ମେ’ ୧ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ନିଷ୍ପତି ନେଇଛନ୍ତି। ସଂସ୍କୃତି ଭବନ ପରିସରରେ ରାଜସ୍ୱ ଅମଲା ସଂଘ ଭଦ୍ରକ ଶାଖାର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲାର ବିଭିନ୍ନ ଦପ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନେ ଯୋଗଦେଇ ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ। ରାଜସ୍ୱ ଅମଲାମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ସମାଲୋଚନା କରାଯାଇଥିଲା। ସରକାର ଦାବି ପୂରଣ ଦିଗରେ କାଳକ୍ଷେପଣ ନୀତି ଆପଣାଇ ଥିବାରୁ ଆନ୍ଦୋଳନ ଛଡା ବିକଳ୍ପ ନାହିଁ ବୋଲି ମତ ପ୍ରକାଶ ପାଇଥିଲା।

Loading...