ମେଧାବି ଛାତ୍ର ହର୍ଷିଶଙ୍କ ବସ୍ତାନିରେ ବନ୍ଧା ହେବ ଡୋରୀ

ଯୋଡା. ୨୦/୭। (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଅର୍ଥାଭାବରୁ ଯୋଡା ଭଳି ଖଣି ତଥା ଶିଳ୍ପ ପ୍ରବଣ ଅଞ୍ଚଳରେ ଅନେକ ମେଧାବୀ ଛାତ୍ର-ଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ତାଙ୍କ ବସ୍ତାନୀରେ ଡୋରୀ ବନ୍ଧାହେବା ଘଟଣା ବୁଦ୍ଧୀଜୀବୀ ମହଲରେ ଉଦ୍ବେଗ ସୃଷ୍ଟି କରିଛି। ସେହିପରି ଯୋଡା ପୌରପାଳିକା ଅନ୍ତର୍ଗତ ଯୋଡା ବସ୍ତି, ୱାର୍ଡ ନଂ-୮ରେ ରହୁଥିବା ଜଣେ ମେଧାବୀ ଛାତ୍ର ହର୍ଷିଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିିଛି। ଅର୍ଥାଭାବରୁ ୮୭% ନମ୍ବର ରଖି ଦଶମ ଶ୍ରେଣୀ ପାସ କରିଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିମନ୍ତେ ତାଙ୍କର ପିତା ଅକ୍ଷମତା ପ୍ରକାଶ କରିଛନ୍ତି। ତାଙ୍କର ପିତା ଜଣେ ଦିନମଜୁରିଆ। ଚାରି ପ୍ରାଣୀ କୁଟୁମ୍ବ ତାଙ୍କ ରୋଜଗାର ଉପରେ ନ୍ୟସ୍ତ। ବଡ ଝିଅ ବାଣିଜ୍ୟରେ +୨ ପରେ ଅର୍ଥାଭାବରୁ ପାଠ ପଢା ବନ୍ଦ କରିଦିଆଯାଇଛି। ଅର୍ଥାଭାବରୁ ତାଙ୍କ ପିତା ହିମାଂଶୁ ଦାସ ହର୍ଷିଶକୁ ଝାଡଖଣ୍ଡସ୍ଥିତ ତାଙ୍କ ମାମୁଁ ଘରେ ଶିକ୍ଷା ଗ୍ରହଣ ପାଇଁ ଛାଡିଥିଲେ। ସେଠାରେ ସେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଦଶମ ଶ୍ରେଣୀ ପାସ କରିଛନ୍ତି। ଅନୁସୂଚିତ ଜାତି ବର୍ଗର ହର୍ଷିଶ କେବଳ ପାଠ ପଢାରେ ନୁହେଁ ଖେଳ କୁଦ ଏବଂ କୁଇଜ ପ୍ରତିଯୋଗୀତାରେ ମଧ୍ୟ ଜଣେ ମେଧାବୀ ଛାତ୍ର ଭାବରେ ଅନେକ ପୁରସ୍କୃତ ହୋଇଛନ୍ତି। ଦୈନିକ ଜାଗରଣ ପକ୍ଷରୁ ତାଙ୍କୁ ଜିନିଅସ ଆୱାର୍ଡ-୨୦୧୮ରେ ସମ୍ମାନୀତ କରାଯାଇଛି। ସାଇନ୍ସ ଅଲମ୍ପିଆଡ ଫାଉଣ୍ଡେସନ ପକ୍ଷରୁ ଦିଲ୍ଲୀ ଠାରେ ତାଙ୍କୁ ଆନ୍ତର୍ଜାତୀୟ ୨୦୧୭ ମସିହାରେ ପୁରସ୍କାର ପ୍ରଦାନ କରାଯାଇଛି। ସେ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବାକୁ ଚାହୁଁଥିବା ବେଳେ ଆର୍ଥôକ ଦୂରବସ୍ଥା ଯୋଗୁଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ତେବେ ନିକଟରେ ବଡବିଲ ସ୍ଥିତ ସେଣ୍ଟ ମେରି ସ୍କୁଲରେ ତାଙ୍କୁ ଏକାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ନାମଲେଖାଇଦିଆଯାଇଛି। ତେବେ ଏଠାରେ ତାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ବେଳେ କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କ ପ୍ରତି ସାହାଯ୍ୟର ହାତ ବଢାଇଲେ ସେ ଉଚ୍ଚ ଶିକ୍ଷା ପାଇପାରିଥାନ୍ତେ ବୋଲି ତାଙ୍କ ପିତା ଗଣମାଧ୍ୟମରେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *