ମେଣ୍ଢାଟାଲ ହାଇସ୍କୁଲରେ ବାଳିକା  କ୍ୟାରିୟର କାଉନସେଲିଂ

ନୂଆପଡା- ୩/୨-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)-କୋମନା ବ୍ଲକ ମେଣ୍ଢାଟାଲ ସରକାରୀ  ହାଇସ୍କୁଲରେ ଏକ  କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଖେମ ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଲଖନା ଥାନାଧିକାରୀ ଦିଲିପ କୁମାର ଧଳ, ସମ୍ମାନୀତ ଅତିଥି ଭାବେ ପଙ୍କଜିନି ରାଉତ ଚିକିତ୍ସାଧିକାରୀ ଲଖନା,ଚିତରଞ୍ଜନ ଦଣ୍ଡସେନା ସିଆରସିସି ଠିକପାଲି,ମାୟାଧର ସରାଫ ଓଟିଭି ପ୍ରତିନିଧି ନୂଆପଡା,ପଞ୍ଚମୀ ଶବର  ଲଖନା ଥାନା କର୍ମଚାରୀ,ଯଶୋବନ୍ତୀ ନାଗ ଏସଏମସି ଭାଇସ ଚେୟାରମ୍ୟାନ, ପ୍ରମୁଖ ଯୋଗ ଦେଇଥିଲେ ।ଛାତ୍ରୀ ମାନଙ୍କ ଦୃଢ ମନୋବଳ ହେଲେ ସଫଳତା ମଧ୍ୟ ଅତି ସହଜ ହୋଇଥାଏ ବୋଲି ଅତିଥି ମାନେ କହିଥିଲେ ।ଏହି ଅବସରରେ ଶିକ୍ଷକ  ଜଗବନ୍ଧୁ ବଡଗୁଛିଆ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଚନ୍ଦ୍ରଭାନୁ ବିଶ୍ବାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *