ମେଡିସିନ୍ ଷ୍ଟୋରରୁ ୬୦ ହଜାର ଚୋରି

ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶନିବାର ବିଳମ୍ବିତ ରାତିରେ ଟାଉନ୍ ଥାନା ଅଧୀନ ବାନାମ୍ବାର ମନ୍ଦିର ଛକ ଠାରେ ଥିବା ଏକ ମେଡିସିନ୍ ଷ୍ଟୋରରୁ ଚୋରି ହୋଇଛି।କିଛି ଦୁବୁର୍ତ ଷ୍ଟୋର ସଟର ଭାଙ୍ଗି ୬୦.୦୦୦ ଟଙ୍କା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ୍ ଏନେଇ ମାମାଲା ରୁଜୁ କରିଛି। ବାରମ୍ବାର ମନ୍ଦିର ନିକଟ ନୀଳକଣ୍ଠ ମିଶ୍ରଙ୍କ ଦୋକାନ ଉପରେ ନେଇ ରାଧାଗୋବିନ୍ଦ ଲେନ୍ ର ସଚ୍ଚିକାନ୍ତ ଷଡଙ୍ଗୀ ଏକ

ମେଡିସିନ୍ ଷ୍ଟୋର କରିଥିଲେ।ସେ ମାର୍ଚ୍ଚ ମାସ ଶେଷ ଯୋଗୁଁ ବାକି ଟଙ୍କା ଆଦାୟ କରି ୬୦.୦୦୦ ଟଙ୍କା ମେଡିସିନ୍ ଷ୍ଟୋର ରେ ରଖିଥିଲୋ

ସବୁଦିନ ଭଳି ରାତିରେ ସେ ଷ୍ଟୋର ବନ୍ଦ କରି ଘରକୁ ଫେରିଥିଲେ। କିନ୍ତୁ ସକାଳେ ତାଙ୍କ ଷ୍ଟୋର୍ ଭାଙ୍ଗୀଥିବାବେଳେ ଟଙ୍କା ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ।ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମାମଲା ୪୯/୧୮ ରୁଜୁ କରିଛି।ଏ ଏସ୍ ଆଇ ଅଜୟ କୁମାର ଦାସ ମାମଲା ର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *