ମେଡିକାଲ କଲେଜ ସ୍ଥାପନ ପାଇଁ ଦସ୍ତଖତ ଅଭିଯାନ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ରାଜ୍ୟ ସରକାର ଭଦ୍ରକ ଜିଲ୍ଳାକୁ ସବୁ କ୍ଷେତ୍ରରେ ଅବହେଳା କରି ଆସିଛନ୍ତି । ଜିଲ୍ଳା ପାଇଁ ମେଡିକାଲ କଲେଜର ଆବଶ୍ୟକତା ନିତାନ୍ତ ଜରୁରୀ ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ଅବହେଳା କରୁଛନ୍ତି । ଭଦ୍ରକରେ ଏକ ମେଡିକାଲ କଲେଜ ସ୍ଥାପନ ଦାବି କରି ଆଜି ଦଳମତ ନିର୍ବିଶେଷରେ ବନ୍ତଛକ ଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ନେତୃତ୍ୱ ବିଜୟ ରାଉତ, ସାଇଗୋପୀନାଥ ପଣ୍ଡା, ମଳୟ ପଣ୍ଡା, କାହ୍ନୁ ଚରଣ ପଣ୍ଡା, ନବ ସିଂ, ସୁବାସ ଦିକ୍ଷିତ, ବିସ୍ମୟ ଜେନା, ହରିହର ମଳ୍ଲିକ, ଅକ୍ଷୟ ସେନାପତି ପ୍ରମୁଖ ନେଇଥିଲେ ।

Leave a Reply

Your email address will not be published. Required fields are marked *