ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବାଇକ୍ ରାଲି

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ଏକ ଦାବିପତ୍ର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରଦାନ କରାଯାଇଛି। ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନାର ଆବାହକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବହୁ ସାମାଜିକ ସଂଗଠନର ସଦସ୍ୟ, ସାଧାରଣ ଜନତା, ଭଦ୍ରକ ସହର ମହତାବ ଛକ ଠାରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ପୁରୁଣାବଜାର ହୋଇ ଥାନା ଛକରେ ବାହାରି ଚରମ୍ପା ଯାଇଥିଲା। ସେଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ବିକ୍ଷୋଭ ପ୍ରଦାନ କରାଯିବା ପରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଭଦ୍ରକ ସୋସିଆଲ ସର୍ଭିସ, ଉତ୍ସର୍ଗ, ପୁରୁଣାବଜାର ଯୁବମୋର୍ଚ୍ଚା ଆଦି ସଂଗଠନର ସଞ୍ଜିତ କୁମାର ନାୟକ, ଅପୂର୍ବ ବେହେରା, ପ୍ରକାଶ ସ୍ୱାଇଁ, ହେମନ୍ତ ମହାପାତ୍ର, ସନ୍ତୋଷ ବେହେରା, ସେକ୍ ଜାହିଦ୍ ହବିବ୍, ଲାଲା ସ୍ୱାଇଁ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *