ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଳା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ଦସ୍ତଖତ ଅଭିଯାନ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଠାରେ ସରକାରୀ ମେଡିକାଲ କଳେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ‘ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି’ ପକ୍ଷରୁ ଜିଲ୍ଲା ତମାମ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ବନ୍ତ ଛକ ଠାରେ ସମଗ୍ର ଓଡିଶାକୁ ଭଦ୍ରକ ଜିଲ୍ଲାର ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଅବଦାନ ଏବଂ ଭଦ୍ରକର ଐତିହ୍ୟ ଓ ସଂସ୍କୃତିକୁ ଆଧାର କରି ଏକ ସଂଗ୍ରାମୀ ସଂଗୀତ ସହ ଭିଡିଓ କ୍ୟାସେଟ ଜାରି କରାଯାଇଛି। ଜିଲ୍ଲା ସଂଘର୍ଷ ସମିତିର ଆବାହକ ମଣ୍ଡଳୀ ଗିରିଧାରୀ ନାଥ, ସମାଜସେବୀ ବିଜୟ କୁମାର ରାଉତ, ନ୍ୟୁ ଇଣ୍ଡିଆ ଆପ୍ଲାୟାନ୍ସର ପୂର୍ବତନ ବରିଷ୍ଠ ଡିଭିଜନାଲ ମ୍ୟାନେଜର ଅଗଣୀ ଚରଣ ଜେନା, ଯୁବ ସମାଜ ସେବୀ ରାକେଶ ପଣ୍ଡାଙ୍କ ନତେୃତ୍ୱରେ ଶତାଧିକ ବୁଦ୍ଧିଜୀବି, ଛାତ୍ର, ଯୁବକ, ସାମ୍ବାଦିକ, ସାଧାରଣ ଜନତା ଏହି ଜନବାଦୀ ଆନ୍ଦୋଳନକୁ ସମର୍ଥନ ଜଣାଇ ସମବେତ ହୋଇ ଭଦ୍ରକବାସୀ ଏକ ହେବାକୁ କାନଫଟା ସ୍ଳୋଗାନ ଦେଇ ଉପସ୍ଥିତ ଜନତାଙ୍କୁ ସ୍ତମ୍ଭୀଭୁତ କରି ଦେିଥିଲା। ନେତୃମଣ୍ଡଳୀ ପ୍ରକାଶ କରିଥିଲେ କି ଭାରତର ମୁକ୍ତି ସଂଗ୍ରାମରେ ଇରମ୍ର ୨୯ଜଣ, ଲୁଣିଆର ୯ ଜଣ ଶହୀଦ ଏବଂ କନିକାର ପ୍ରଜା ଆନ୍ଦୋଳନ ଭାରତ ଇତିହାସର ଏବଂ ଗରିମାମୟ ଅଧ୍ୟାୟ, ଭଦ୍ରକର ୩ ଜଣ ମୁଖ୍ୟମନ୍ତ୍ରୀ, ସର୍ବୋପରି ନବ ଉତ୍କଳର ନିର୍ମାଣ ଡ. ହରେକୃଷ୍ଣ ମହତାବଙ୍କର ଓଡିଶାକୁ ଅବଦାନର ପଟାନ୍ତର ନାହିଁ। ମାତ୍ର ଭଦ୍ରକ ଆଜି ସବୁ କ୍ଷେତ୍ରରେ ଅବହେଳିତ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଶିଳ୍ପ କ୍ଷେତ୍ରରେ ଭଦ୍ରକ ଜିଲ୍ଳାବାସୀ ପଛରେ ପଡିଛନ୍ତି। କାରଣ ଏଥି ପାଇଁ ନିର୍ବାଚିତ ପ୍ରତିନିଧି ମାନେ ହିଁ ଦାୟୀ ବୋଲି ଜିଲ୍ଳା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ କ୍ଷୋଭର ସହ ପ୍ରକାଶ କରାଯାଇଛି। ଧାମନଗର ଛକର ପାହି ମହୁରା ଠାରେ ଇଡ୍କୋ ଅଧିନରେ ପ୍ରାୟ ୨୧୮ ଏକର ଜମି ସହିତ ସରକାରୀ ଜମି ୧୮ ଏକର ରହିଛି। ସେଠାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହୋଇ ପାରିବ ବୋଲି ସଂଘର୍ଷ ସମିତି ଦର୍ଶାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଅଟଳ ବିହାରୀ ନାୟକ, ଡା. ରବି ମହାପାତ୍ର, ବିଶିନାଥ ଦାସ, ପ୍ର. ଅବନୀ ପ୍ରଧାନ, ସୁରେଶ ମହାପାତ୍ର, ସାଇଗୋପୀନାଥ ପଣ୍ଡା, ବିଜୟ ରାଉତ, ଅକ୍ଷୟ ସେନାପତି, ଲାଲା ସ୍ୱାଇଁ, ନବ କିଶୋର ସ୍ୱାଇଁ ଓ ଅନ୍ୟ ସାଥୀବୃନ୍ଦ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *