ଅନୁଗୁଳ

ମେଡିକାଲ କଲେଜ କାର୍ଯ୍ୟକ୍ଷମ ଓ ଥର୍ମାଲ ପ୍ଲାଂଟର ସମ୍ପ୍ରସାରଣ ପାଇଁ ଦାବି ଜଲେ କାଳନ୍ଦୀ ସାମଲ ୭ ଦିନ ମଧ୍ୟରେ ରାଜ୍ୟ ସରକାର ପଦକ୍ଷେପ ନନେଲେ ତାଳଚେର ବନ୍ଦ ଚେତାବନୀ

ତାଳଚେର, ୨୯/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଗାମୀ ୭ଦିନ ମଧ୍ୟରେ ତାଳଚେର ଥର୍ମାଲ ପ୍ଲାଂଟର ସମ୍ପ୍ରସାରଣ ନିମନ୍ତେ ରାଜ୍ୟ ସରକାର ଏନ୍.ଟି.ପି.ସି.କୁ ଆବଶ୍ୟକୀୟ ଅନୁମତି ପ୍ରଦାନ ଏବଂ ତାଳଚେର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାପାଇଁ ରାଜ୍ୟ ସରକାର ଏମ୍.ସି.ଆଇ.କୁ ଆବେଦନ ନକଲେ ତାଳଚେର ବନ୍ଦ କରାଯିବ ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଆଜି ବ୍ଲକ ଘେରାଉ ଅବସରରେ ଚେତାବନୀ ଦେଇଛନ୍ତି। ଉକ୍ତ ଦୁଇ ସଂସ୍ଥା କାର୍ଯ୍ୟକ୍ଷମ ହେଲେ ତାଳଚେରର ବେକାର ଯୁବକମାନେ ନିଯୁକ୍ତି ପାଇବେ। ସେହିପରି ରାଜ୍ୟ ସରକାର ୧୮ବର୍ଷର ଶାସନ ମଧ୍ୟରେ ବେକାର ଯୁବକମାନଙ୍କୁ ନିୟୁକ୍ତି ନଦେଇ ବିଜୁ ଯୁବବାହିନୀ ଗଠନ କରି ଯୁବକମାନଙ୍କୁ ଭୋଜିଭାତ, ନାଚଗୀତରେ ମସଗୁଲ କରି ଦଳୀୟ କାର୍ଯ୍ୟରେ ନିୟୋଜିତ କରିିବା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ସେ କହିଛନ୍ତି। ସେହିପରି ବିଜେପି ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନଙ୍କ ସମେତ ସାତକୋଶିଆବସୀଙ୍କୁ ଅନ୍ୟାୟୋଚିତ ଭାବରେ ପୋଲିସ ଦ୍ୱାରା ଗିରଫକୁ ସେ ଦୃଢ଼ ନିନ୍ଦା କରିବାସହ ତାଳଚେରରେ ହାତୀ, କଣିହାଁ ବ୍ଲକରେ ଭାଲୁ, ଅନୁଗୋଳରେ ବାଘୁଣୀ ଆତଙ୍କରେ ଜନସାଧାରଣ ଅତିଷ୍ଠ ହୋଇଥିବାବେଳେ କାହିଁକି ବନବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ବୋଲି ପ୍ରଶ୍ନ କରିଥିଲେ। ସରକାରୀ ଅଧିକାରୀମାନେ ସାଧାରଣ ଲୋକଙ୍କ ଟିକସରୁ ଦରମା ପାଇ ବିଜୁ ଜନତା ଦଳର ଗୁମାସ୍ତା ସାଜିଛନ୍ତି ବୋଲି ସେ କ୍ଷୋଭର ସହ ପ୍ରକାଶ କରିଥିଲେ। ରାଜ୍ୟ ବିଜେପିର ନିଷ୍ପତିକ୍ରମେ ସମସ୍ତ ବ୍ଲକରେ ଘେରାଉ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହେଉଥିବା ବେଳେ ଆଜି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଆଜି ହଜାର ହଜାର ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତା ଏବଂ କର୍ମୀମାନେ ତାଳଚେର ନୂଆ ବସଷ୍ଟାଣ୍ଡରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରି ସହର ପରିକ୍ରମା କରିଥିଲେ। ଶେଷରେ ଏହି ଶୋଭାଯାତ୍ରା ତାଳଚେର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବିଜେଡି ସରକାରର ସବୁ ସରକାରୀ ଅଫିସରେ ପି.ସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର, ଲାଂଚ କାରବାର, ନାରୀ ନିର୍ଯ୍ୟାତନ.ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି, ପ୍ରଦୁଷଣମୁକ୍ତ ତାଳଚେର, ସୁରକ୍ଷିତ ଯାତାୟତ, ଡିଏମଏଫ୍ ପାଣ୍ଠିର ସଠିକ୍ ବିନିଯୋଗ ଆଦି ପ୍ରସଙ୍ଗ ନେଇ ଦଳୀୟ କାର୍ଯ୍ୟକର୍ତାମାନେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ଉପସଭାପତି ପେସ୍କାର ଗଡ଼ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଶ୍ରୀ ସାମଲଙ୍କ ସମେତ ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳୀ ପାତ୍ର, ଅଳକା ସାହୁ, ମଞ୍ଜୁ ବେହେରା, ମଣ୍ଡଳ ସଭାପତି ଚୈତନ୍ୟ ପ୍ରଧାନ, ବରୁଣ ସାହୁ, ହରମୋହନ ମିଶ୍ର, ରାଜେନ୍ଦ୍ର ସିଂ, ଯୋଶବନ୍ତ ଦାସ, ଜିଲ୍ଲା ସମ୍ପାଦକ ପ୍ରକାଶ ମହାରଣା, ସରପଂଚ ବିରଂଚି ସାହୁ, ବିଜେପି ସମର୍ଥିତ ସମସ୍ତ ସରପଂଚ, ସମିତି ସଦସ୍ୟ, ୱାର୍ଡ଼ ମେମ୍ବର, ନାଏବ ସରପଂଚ, ଜିତେନ୍ଦ୍ର ଦାସ, ଜ୍ଞାନେନ୍ଦୀୟ ସେଠୀ, ବାଲ୍ମିକୀ ପ୍ରସାଦ କେଶରୀ, କାଳନ୍ଦୀ ପ୍ରଧାନ, ସୁରେଶ ସାମଲ, ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତା ମାନେ ଓ ମିଡ଼ିଆସେଲ ପ୍ରଭାରୀ ପର୍ଶୁରାମ ବାରିକ ପ୍ରମୁଖ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top