ଅନୁଗୁଳ

ମେଡିକାଲ କଲେଜରେ ବିଭିନ୍ନ କାର୍ଯ୍ୟରେ ପଂଚାୟତ ଯୁବକଙ୍କୁ ନିଯୁକ୍ତି ଦାବି କରି ସରପଞ୍ଚଙ୍କ ଅନଶନ

ତାଳଚେର, ୨୧/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତ ଅଧିନସ୍ଥ ଏମ.ସି.ଏଲ ପକ୍ଷରୁ ନିର୍ମାଣାଧୀନ ମେଡିକାଲ କଲେଜରେ ହେଉଥିବା ବିଭିନ୍ନ କାର୍ଯ୍ୟରେ ଘଣ୍ଟପଡ଼ା ପଞ୍ଚାୟତର ବେକାର ଯୁବକମାନଙ୍କୁ ନିଯୁକ୍ତି ମିଳୁ ନଥିବା ଦାବିରେ ଏହି ପଂଚାୟତର ସରପଞ୍ଚ ମନୋଜ ବେହେରା ଅନିର୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ମେଡିକାଲ କଲେଜ ଘଣ୍ଟପଡ଼ା ପଞ୍ଚାୟତରେ ସ୍ଥାପନ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଏଥିରେ ନିଯୁକ୍ତି ମିଳୁ ନଥିବା ବେଳେ ବାହାର ଲୋକ ଏଠାରେ କାମ କରୁଛନ୍ତି। ଏ ବାବଦରେ ପ୍ରଶାସନ ଅବଗତ ଥିଲେ ମଧ୍ୟ କିଛି ପଦକ୍ଷେପ ନେଉନି ବୋଲି ଅଭିଯୋଗ ହେଉଛି। ଆମରଣ ଅନଶନ ୨ ଦିନରେ ପହଞ୍ଚି ଥିଲାବେଳେ ସରପଞ୍ଚ ଶ୍ରୀ ବେହେରାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଆଡକୁ ଗତି କରୁଛି। ଅପର ପକ୍ଷରେ ଦାବି ପୁରଣ ହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ବହୁ ସଂଖ୍ୟାରେ ପଞ୍ଚାୟତବାସୀ ଉପସ୍ଥିତ ରହି ଶ୍ରୀ ବେହେରାଙ୍କୁ ସମର୍ଥନ ଜଣାଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top