ମେଗା ସ୍ୱାସ୍ଥ୍ୟ ସେବା ଶିବିର ଉଦଘାଟିତ

ଯାଜପୁର-୨୮/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ସୁକିନ୍ଦା ବିଜୁ ଯୁବ ଜନତା ଦଳ ପକ୍ଷରୁ ଦାନଗଦୀ ବ୍ଲକ ଅଶ୍ୱସ୍ତପାଳ ଉଚ୍ଚ ବିଦ୍ୟାଲୟ ଠାରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିରକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତି ରଂଜନ ଘଡାଇ ଉଦଘାଟନ କରିଛନ୍ତି।ଏହି ଶିବିରରେ ରାଜ୍ୟର ୪୦ ରୁ ଉର୍ଦ୍ଧ୍ୱ ଅଭିଜ୍ଞ ଡାକ୍ତର ଯୋଗଦେଇ ଭେଷଜ, ଅସ୍ଥିଶଲ୍ୟ, ସ୍ତ୍ରୀରୋଗ, ଦାନ୍ତ, କର୍ଣ୍ଣ, ନାଶା, ଗଳା, ଚକ୍ଷୁ, ଶିଶୁରୋଗ, ଚର୍ମରୋଗର ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରବା ସହିତ ମେଡିସିନ ପ୍ରଦାନ କରିଛନ୍ତି। ପ୍ରଥମ ଦିନରେ ଦୁଇ ହଜାରରୁ ଅଧିକ ରୋଗୀ ହୋଇଥିବା ଜଣାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଦାନଗଦୀ ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଦାନଗଦୀ ବ୍ଲକ ଉପାଧ୍ୟକ୍ଷ ସୁଧାଂଶୁ ଭଂଜ, ଜିଲାପରିଷଦ ସଭ୍ୟା ସରୋଜିନୀ ରାଜ, ଭାଗ୍ୟଲକ୍ଷ୍ମୀ ରାଉତ, ସୁୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ପ୍ରଦୀପ କୁମାର ମହାନ୍ତି, ସୁକିନ୍ଦା ରିଜୟନ କ୍ରେମାଇଟ ଖାଦାନ ମଜଦୁର ସଂଘର ସାଦାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ସୁକିନ୍ଦା ବ୍ଲକ ଯୁବ ବିଜେଡି ସଭାପତି ଦେବୀ ପ୍ରସାଦ ମହାନ୍ତି, ଦାନଗଦୀ ବ୍ଲକ ଯୁବ ବିଜେଡି ସଭାପତି ମହେଶ୍ୱର ଗୁରୁ,  ପ୍ରଦୀପ କୁମାର ନାୟକ, ସୈାମ୍ୟରଂଜନ ମହାପାତ୍ର, ସେକ୍ ଅବତାର ଅଲ୍ଲୀ, ଦ୍ୱାରିକା ନାଥ ଦାସ, ସିଲୁ ନନ୍ଦି ଉପସ୍ତିତ ଥିଲେ।

Leave a Reply

Your email address will not be published. Required fields are marked *