ଅପରାଧ

ମୃତ ଶିକ୍ଷୟିତ୍ରୀଙ୍କୁ କ୍ଷତିପୁରଣ ଦେବାକୁ ଦାବି

ଭୁବନେଶ୍ୱର, ୫ା୧ (ଓଡ଼ିଆ ପୁଅ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିପୁର ଉଗ୍ରତାରା ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଅଞ୍ଜଳୀ ଦେହୁରୀଙ୍କୁ ଗତକାଲି କିଛି ଦୁର୍ବୁତ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟାକରିଥିବା ଘଟଣାକୁ ନୂତନ ପେନ୍ସନ୍ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦୃଢ ନିନ୍ଦିକରାଯିବା ସହ ଦୋଷି ମାନଙ୍କୁ ୨୪ ଘଂଟା ମଧ୍ୟରେ ଗିରଫ କରିବା ଓ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସଂଘ ତରଫରୁ ଦାବି କରାଯାଇଛି। ସୂଚନା ଯୋଗ୍ୟ ଉକ୍ତ ଶିକ୍ଷୟିତ୍ରୀ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ଘଟଣାର ଶିକାର ହୋଇଥିଲେ। ମୃତ ଶିକ୍ଷୟିତ୍ରୀଙ୍କ ରୋଜଗାର ଉପରେ ପରିବାର ନିର୍ଭର କରିଥିବାରୁ ତାଙ୍କ ପରିବାର ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି। ୨୦୧୧ ମସିହାରେ ଶିକ୍ଷା ସହାୟକ ରୂପେ ଯୋଗଦେଇଥିବା ସ୍ୱର୍ଗତା ଅଞ୍ଜଳୀ ଦେହୁରୀ ୬ବର୍ଷ କାର୍ଯ୍ୟକାଳ ପରେ ଅର୍ଥାତ୍ ୨୦୧୭ ମସିହାରେ ନିୟମିତ ଶିକ୍ଷକରେ ପରିଣତ ହୋଇଥାନ୍ତେ। କିନ୍ତୁ ସରକାରୀ ଅବହେଳା ଯୋଗୁଁ ସେ ନିୟମିତ ଶିକ୍ଷକର ସ୍ୱାଦ ଚାଖିବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜି ଦେଲେ। ସଂଘ ତରଫରୁ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ। ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ, ମୃତ୍ୟୁ କାଳୀନ ସହାୟତା ପ୍ରଦାନ, ପରିବାରଜଣକୁ ତୁରନ୍ତ ସରକାରୀ ଚାକିରି ପ୍ରଦାନ ଓ ସପ୍ତମ ବେତନ କମିଶନ ଅନୁଯାୟୀ ତାଙ୍କର ବକେୟା ଦରମା ଓ ଗ୍ରାଚୁଇଟି ପ୍ରଦାନ କରିବା ପାଇଁ ସଂଘ ତରଫରୁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯାଇଛି। ଏହି ପରିପ୍ରେକ୍ଷିରେ ଆସନ୍ତା ୬ତାରିଖ ଦିବା ୨ଘଟିକା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବ୍ଲକ୍ ସ୍ତରରେ ବି.ଇ.ଓ.ଙ୍କ ମାଧ୍ୟମରେ ମୃତ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ପ୍ରଦାନ ଓ ସମସ୍ତ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବେ ଓ ଯଦି ସରକାର ନ୍ୟାୟ ପ୍ରଦାନରେ ବିଳମ୍ବ କରନ୍ତି ତାହାଲେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱରରେ ଆନ୍ଦୋଳନ କରିବେ ବୋଲି ସଂଘ ତରଫରୁ ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଳ, ମହାସଚିବ ବିକ୍ରମ ରଥ, ଦୋଳଗୋବିନ୍ଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଅନନ୍ତ ପରିଡ଼ା, ପବିତ୍ର ମୋହନ ଜେନା, ରାଜଲକ୍ଷ୍ମୀ ମହାପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର, ଅଶ୍ୱିନି କୁମାର ରାଉତ, ଶମ୍ଭୁ ଗିରି, ମନୋଜ ମହନ୍ତ, ପ୍ରମୋଦ ଭଞ୍ଜ, ମହେନ୍ଦ୍ର କୁମାର ମିଶ୍ର, ମାୟାଧର ମଲ୍ଲିକ, ଅକ୍ଷୟ କୁମାର ମଲ୍ଲିକ, ରବିନ୍ଦ୍ର କୁମାର ରାଉତ ଓ ଗଣମାଧ୍ୟମ ସଂଯୋଜକ ସୁନିଲ କୁମାର ମହାନ୍ତି ପ୍ରମୁଖ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top