ଜିଲ୍ଲା ପରିକ୍ରମା

ମୃତ ମହିଳାଙ୍କ ପରିଚୟ ମିଳିଲା

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଗତ ଗୁରୁବାର ଅପରାହ୍ନ ପ୍ରାୟ ୫ ଟା ବେଳେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରେବୋ ଗ୍ରାମର ଜଣଙ୍କ ଗାଡ଼ିଆରୁ ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ପରିଚୟ ମିଳିଛି । ଏକ ନାଟକୀୟ ଢ଼ଙ୍ଗରେ ଉକ୍ତ ମହିଳାଙ୍କୁ ହତ୍ୟାକରି ବେକରେ ପଥର ବାନ୍ଧି ଗାଡ଼ିଆରେ ଫିଙ୍ଗିଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ମୃତ ମହିଳା ଜଣଙ୍କ ନାମ ହେଲା ବିନତା ଜେନା (୩୫) ଏବଂ ତାଙ୍କ ଘର ମୋବାରକପୁରରେ । ସେ ସ୍ଥାନୀୟ ମେଡ଼ିକାଲ ଛକରେ ଏକ ଭଡ଼ା ଘରେ ରହୁଥିଲେ । ଗତ ତିନି ଚାରି ଦିନ ପୂର୍ବରୁ ସେ ନିଖୋଜ ଥିବା ବେଳେ ଗାଡ଼ିଆରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ତାଙ୍କ ଭାଇ ଶବ ଚିହ୍ନଟ କରିଥିବା ବେଳେ ପୋଲିସ ଘଟଣାରେ ସଂପୃକ୍ତ ଥିବା ସନେ୍ଦହକରି ରେବୋ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top