ମୃତ ବିଚାରଧିନ କଏଦୀର ଶବ ବ୍ୟବଛେଦ କରାଗଲା

କୋରାପୁଟ ୨୩/୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) ଗତକାଲି ବିଚାରଧିନ କଏଦୀ କୁସୁନା ମିଣିଆକା କୋରାପୁଟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଆଜି ମାଜିଷ୍ଟ୍ରେଟ ଆଲୋକ କୁମାର ଅନୁଗୁଲିଆଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ କରାଯାଇଥିବା ଜଣାପଡିଛି। ୨୦୧୫ ଜୁଲାଇମାସରେ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଲକ୍ଷ୍ମିପୁର ଥାନା ଅନ୍ତର୍ଗତ କରଲି ଗ୍ରାମର କୁସୁନା ମିଣିଆକା କୋରାପୁଟ ଜେଲରେ ବିଚାରାଧିନ କଏଦୀ ଭାବେ ରହୁଥିଲେ। ଗତକାଲି ସକାଳେ ଦେହ ଅସୁସ୍ଥତତା ହେତୁ କୋରାପୁଟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ଅପରାହ୍ନ ୪ .୩୦ ମିନିଟ ସମୟରେ କୋରାପୁଟ ଡାକ୍ତରଖାନାରେ ଚକିତ୍ସାଧିନ ବେଳେ ମୃତ୍ୟୁବରଣ କରିଥିଲେ ବୋଲି ସହାୟକ ଜେଲ ରକ୍ଷକ ସଂଜିବ କୁମାର ଦୀପ ପ୍ରକାଶ କରିଥିଲେ। ସୋମବାର ଦିନ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲା କିନ୍ତୁ ଦେହ ଅସୁସ୍ଥତା ସଂପର୍କରେ କିଛି କହି ନ ଥିଲେ ବୋଲି ଗ୍ରାମର ସୁନିଲ ଗରଡା ପ୍ରକାଶ କରିଛନ୍ତି। କୋରାପୁଟ ଡାକ୍ତରକାନାକୁ ନେବା ସଂପର୍କରେ ଜେଲ କର୍ତ୍ତୃପକ୍ଷ ପରିବାରବର୍ଗଙ୍କୁ କୈାଣସି ସୂଚନା ଦେଇ ନ ଥିବା ସେ ଅଭିଯୋଗ କରିଥିଲେ।ୱାୟାରଲେସ ମାଧ୍ୟମରେ ଲକ୍ଷ୍ମିପୁର ଥାନାକୁ ଜଣେଇ ଦିଆଯାଇଥିଲା ବୋଲି ସହାୟକ ଜେଲର ଶ୍ରୀ ଦୀପ ପ୍ରକାଶ କରିଥିଲେ। କିନ୍ତୁ ଲକ୍ଷ୍ମିପୁର ପୋଲିସ ଗତକାଲି ସଂଧ୍ୟାରେ ପରିବାରବର୍ଗଙ୍କୁ କୁସୁନାର ମୃତ୍ୟୁ ହୋଇଯାଇଥିବା ଖବର ଦେଇଥିଲେ ବୋଲି ସୁନିଲ ପ୍ରକାଶ କରିଥିଲେ। ତେଣୁ କୁସୁନାର ମୃତ୍ୟୁକୁ ନେଇ ସନ୍ଦେହ ହେଉଥିବା ସୁନିଲ ଆହୁରୀ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *