ଖଇରା/ବାଲେଶ୍ୱର, ୧୭/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସହଯୋଗରେ ମିର୍ଜାପୁର ସେବା ସମବାୟ ସମିତି ପକ୍ଷରୁ ଖଇରା ବ୍ଲକ ଅଧିନ ସାରଡାଙ୍ଗ ଗ୍ରାମର ମୃତଚାଷୀ ଜଗବନ୍ଧୁ ଜେନାଙ୍କ ପରିବାରକୁ ବୁଧବାର ୫ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ ବୈଠକରେ ପରିଚାଳନା ବୋର୍ଡର ସଭାପତି ଦିଲିପ ବେହେରା ଅଧ୍ୟକ୍ଷତା କରିଥିଲେ। ମିର୍ଜାପୁର ସମତିର ସମ୍ପାଦକ ଦେବାଶିଷ ପାଢୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବିବିସିସିବିର ନିର୍ଦ୍ଦେଶିକା ଅସ୍ମିତା ନାୟକ, ଖଇରା ଶାଖା ପରିଚାଳକ ଅଭିରାମ ମହାନ୍ତି, ପୁର୍ବତନ ଶାଖା ପରିଚାଳକ ରବିନ୍ଦ୍ର ବେହେରା, ସୁପରଭାଇଜର ଶରତ ରାଉତ ଓ ସରପଞ୍ଚହରିହର କୁଣ୍ଡୁ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ମାତ୍ର ୫ଟଙ୍କା ଦେଇ ଚାଷୀମାନେ ଦୂର୍ଘଟଣା ଜନିତ ମୃତ୍ୟୁରେ ୫୦ହଜାର ଟଙ୍କା ସହାୟତା ପାଉଥିଲେ। ବର୍ତ୍ତମାନ ମାତ୍ର ୮୮ଟଙ୍କା ବାର୍ଷିକ କିସ୍ତି ଦେଇ ୫ଲକ୍ଷ ଟଙ୍କାର ବିମା ସହାୟତା ମିଳିପାରୁଛି। ଖଇରା ବ୍ଲକର ୧୦ଜଣ ଚାଷୀଙ୍କ ପରିବାର ଏହା ମଧ୍ୟରେ ଉପକୃତ ହୋଇ ସାରିଛନ୍ତି। ଏଣୁ କୌଣସି ଚାଷୀ ଏହାକୁ ହାତଛଡା ନକରିବାକୁ ବକ୍ତା ମାନେ ପରାମର୍ଶ ଦେଇଥିଲେ। ଶେଷରେ ସ୍ୱର୍ଗତ ଜଗବନ୍ଧୁଙ୍କ ପତ୍ନୀ ରେବତୀ ଜେନାଙ୍କୁ ୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ଉକ୍ତ ବୈଠକରେ ବୋର୍ଡ ନିର୍ଦ୍ଦେଶକ କେଶବ ଚନ୍ଦ୍ର ନାୟକ, ବାବାଜୀ ନାୟକ, କୈଳାସ ଚନ୍ଦ୍ର ପୃଷ୍ଟି, ବୁଲୁ ଲେଙ୍କା, ମମତା ବେହେରା, ବସନ୍ତ ମାହୁନ୍ତ, ସଞ୍ଜୟ ମାଝୀ, ମେନକାବାଳା ମହାନ୍ତି, ପ୍ରତାପ କୁମାର ବେହେରା, ବୃନ୍ଦାବନ ଉପାଧ୍ୟାୟ, ବସନ୍ତ ମାହୁନ୍ତ, କନକଲତା ଦାସ, ଦାମୋଦର ବେହେରାଙ୍କ ସମେତ ବିଭିନ୍ନ ଗ୍ରାମରୁ ଚାଷୀମାନେ ଯୋଗ ଦେଇଥିଲେ।
