ଜିଲ୍ଲା ପରିକ୍ରମା

ମୃତ ଛାତ୍ରୀର ଶବ ଜିଲ୍ଲାପାଳଙ୍କ ଅଫିସ ଆଗରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ, ଜିଲ୍ଲପାଳଙ୍କ ପ୍ରତିଶୃତିପରେ ଶବ ବ୍ୟବଛେଦ ହେଲା

ମୃତ ଛାତ୍ରୀର ଶବ ଜିଲ୍ଲାପାଳଙ୍କ ଅଫିସ ଆଗରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ, ଜିଲ୍ଲପାଳଙ୍କ ପ୍ରତିଶୃତିପରେ ଶବ ବ୍ୟବଛେଦ ହେଲା
ମାଲକାନଗିରି, ୩ା୮(ଓଡିଆ ପୁଅ ) ମାଲକାନଗିରି ଥାନାସ୍ଥ ଶିଖପାଲି ସେବାଆଶ୍ରମ ହାଇସ୍କୁଲରେ ଘଟିଛି ଅଭାବନୀୟ ଘଟଣା, ୧୦ମ ଶ୍ରେଣୀର ଛାତ୍ରୀଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟଣାରେ ପରିବାର ଲୋକେ ଓ ଗ୍ରାମବାସୀମାନେ ଆସାମୀକୁ ଗିରଫ କରିବା ମୃତ ପରିବାରଙ୍କୁ କ୍ଷତିପୁରଣ ଦେବା ଦାବିନେଇ ଉତ୍ୟକ୍ତ ହୋଇ ଡାକ୍ତର ଖାନାରୁ ଶବ ନେଇ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଛନ୍ତି। ଜିଲ୍ଲାପାଳ ଅଫିସ ଦ୍ୱାରରେ ଶବ ରଖି ଆନ୍ଦୋଳନ କରିବା ପରେ ଜିଲ୍ଲାପାଳ ଆନ୍ଦୋଳନ କାରିଙ୍କ ନିକଟକୁ ଆସି ସେମାନଙ୍କ ଦାବି ସରକାରି ନିୟମ ଅନୁସାରେ ପୂରଣ କରିବା ସହିତ ଶବ ବ୍ୟବଛେଦ ବିବରଣୀ ଆସିଲାପରେ ପୁଲିସ ଠିକଭାବେ ତଦନ୍ତ କରି ଆସାମୀକୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନକାରିମାନେ ମୃତ ଶରୀର ଛାଡିଥିଲେ। ମହାପରାୟଣ ଗାଡିରେ ପୁଲିସ ନେଇ ଶବବ୍ୟବଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ଘଟଣାରୁ ପ୍ରକାଶ ଯେ କାଲିମେଳା ଥାନାସ୍ଥ ଏମପିଭି ୨୯ ଗ୍ରାମର ଜଣେ ଗରିବ ବଙ୍ଗୀୟ ପରିବାରର ଝିଅ ମାଲକାନଗିରି ଥାନାସ୍ଥ ଶିଖପାଲି ସେବା ଆଶ୍ରମ ହାଇସ୍କୁଲ ଛାତ୍ରୀ ନିବାସରେ ରହି ୧୦ମ ଶ୍ରେଣୀରେ ପାଠ ପଢୁଥିଲେ। ଗୁରୁବାର ରାତ୍ର ଭୋଜନ ପରେ ସମସ୍ଥ ଛାତ୍ରୀ ନିଜ ନିଜ ରୁମକୁ ଯାଇଥିଲେ। ହେଲେ ଏହି ଛାତ୍ରୀ ଶୋଇବା ପାଇଁ ତାଙ୍କ ରୁମକୁ ଯାଇନଥିବାରୁ ସହପାଠିମାନେ ହଷ୍ଟେଲର ଓ୍ୟାର୍ଡେନଙ୍କୁ ଜଣାଇ ଥିଲେ। ଓ୍ୟାର୍ଡେନ ଓ ଅନ୍ୟଛାତ୍ରୀ ମାନେ ବିଦ୍ୟାଳୟର ସମସ୍ତ କୋଠରି ଖୋଜିବା ପରେ ରାତ୍ର ୧୦ଟାରେ କମ୍ପ୍ୟୁଟର ଶିକ୍ଷା କୋଠରିରେ ରକ୍ତ ଜୁଡୁବୁଡୁହୋଇ ସେହି ଛାତ୍ରୀ ପଡିଥିବାର ଦେଖିବାକୁ ପାଇଥିଲେ। ସେହି କୋଠରୀରେ ଏକ ରକ୍ତ ଲଗା ବ୍ଲେଟ, ପାଣି ବୋତଲ ଥିବାର ଦେଖିବାକୁ ମିଳିଥିଲା। ଛାତ୍ରୀ ଜଣଙ୍କ ବାମହାତ ଆଟେରି କାଟି ରକ୍ତ ଘରର ଚଟାଣ ଚାରିଆଡେ ପଡିଥିଲା। ଏ ସଂପର୍କରେ ଓ୍ୟାର୍ଡେନ ଛାତ୍ରୀଙ୍କ ପରିବାରଙ୍କୁ ଜଣାଇ ତୁରନ୍ତ ମାଲକାନଗିରି ହସପିଟାଲକୁ ରାତ୍ର୧୧ଟା ସମୟରେ ନେଇ ଯାଇଥିଲେ। ହସପିଟାଲରେ ପହଁଚିବା ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଛାତ୍ରୀଜଣକ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ।

ସେହି ରାତ୍ରରେ ମାଲକାନଗିରି ପୁଲିସ ହସପିଟାଲରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ପରିବାର ଲୋକେ ତାଙ୍କ ଝିଅକୁ କେହ ଦୁଷ୍କର୍ମ କରି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ଆଜି ମାଲକାନଗିରି ଥାନାରେ ଏକ ଏତଲା ଦେଇଛନ୍ତି। ଗୁରୁବାର ରାତ୍ର୧୧ ଟା ଠାରୁ ଶୁକ୍ରବାର ଦିନ ୨ ଟା ପର୍ଯ୍ୟନ୍ତ ଛାତ୍ରୀର ଶବ ବ୍ୟଛେଦ ନକରି ହସପିଟାଲ ବାରଣ୍ଡାରେ ଦୀର୍ଘ ୧୫ ଘଣ୍ଟା ଧରି ପକାଇ ରଖିବା ଘଟଣାରେ ଛାତ୍ରୀଙ୍କ ପରିବାର ଓ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଶବକୁ ହସପିଟାଲରୁ ନେଇ ଯାଇଥିଲେ। ପୁଲିସ ବାରଣକରି ଅଟକାଇବା ସ୍ୱତ୍ତ୍ୱେ ଶହ ଶହ ମହିଳା ଓ ଛାତ୍ରୀମାନେ ମୃତଛାତ୍ରୀର ଶବକୁ କାନ୍ଧେଇ ବିରାଟ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନେଇଯାଇଥିଲେ। ଏହି ଶୋଭାଯାତ୍ରାରେ ଭାଜପା ମହିଳା ମୋର୍ଚା, ମା ଘର ମହିଳା ଓ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରୀ, ଭାଜପା କର୍ମୀ, ନେତା ଓ ଶତାଧିକ ଗ୍ରାମବାସୀମାନେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରରେ ଶବକୁ ରଖି ଧାରଣାରେ ବସିଥିଲେ। ଏହି ଘଟଣାର ସିବିଆଇ ତଦନ୍ତ କରି ଛାତ୍ରୀହତ୍ୟାକାରିକୁ ଦଣ୍ଡଦିଆ ଯାଉ, ମୃତା ଛାତ୍ରୀ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆ ଯାଉବୋଲି ଦାବିକରିଥିଲେ।

ଏସଡିପିଓ ଶ୍ରବଣ ବିବେକ, ଥାନା ଅଧିକାରୀ ସୌମେନ୍ଦୁ ତ୍ରୀପାଠୀ, ସହାକରି ଜିଲ୍ଲାପାଳ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ବହୁତ ବୁଝାବୁଝି କରିଥିଲେ, ଜିଲ୍ଲାପାଳ ସେମାନଙ୍କ ଦୁଃଖ ନଶୁଣିବା ପର୍ଯ୍ୟନ୍ତ ଶବ ଛଡା ଯିବନାହିଁ କି ଆନ୍ଦୋଳନ ପ୍ରତ୍ୟାହାର ହେବାନାହିଁ ବୋଲି କହିବାରୁ ଦୀର୍ଘ ଦେଢଘଣ୍ଟା ଧାରଣାଦେବା ପରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆନ୍ଦୋଳନ କାରିମାନଙ୍କ ନିକଟକୁ ଆସି ବୁଝାଇଥିଲେ। ସରକାରି ନିୟମ ଅନୁସାରେ କାର୍ଯ୍ୟହୋଇ ଉପଯୁକ୍ତ କ୍ଷତିପୁରଣ ଦିଆଯିବ। ଶବବ୍ୟବଛେଦ ବିବରଣୀ ଆସିବାପରେ ପୁଲିସ ଠିକ ଭାବେ ତଦନ୍ତକରି ପ୍ରକୃତ ଅପରାଧିକୁ ଧରି ଦଣ୍ଡଦେବେ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନକାରି ମାନେ ଛାତ୍ରୀର ମୃତଶରୀରକୁ ଛାଡିଥିଲେ। ମହାପରାୟଣ ଗାଡିରେ ପୁଲିସ ଶବବ୍ୟଛେଦ ପାଇଁ ପଠାଇ ଦେଇଥିଲେ। ଶବ ବ୍ୟବଛେଦ ଗୃହ ନିକଟରେ ହଜାର ହଜାର ମହିଳା ଓ ପୁରଷ ରୁଣ୍ଡହୋଇ ମୃତା ଛାତ୍ରୀକୁ ଉପଯୁକ୍ତ ନ୍ୟାୟମିଳୁ ବୋଲି ଦାବି କରିଥିଲେ। ସହରରେ ଚାପା ଉତେଜନା ଲାଗି ରହିଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଇତି ମଧ୍ୟରେ ମାଲକାନଗିରି ଥାନାପୁଲିସ ଶିଖପାଲି ସେବା ଆଶ୍ରମରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ଉକ୍ତ ବିଦ୍ୟାଳୟର ଶିକ୍ଷକ, ଓ୍ୟାର୍ଡେନଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚରା ଚଳାଇଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top