ଓଡ଼ିଶା

ମୃତ ଛାତ୍ରଙ୍କ ପାଇଁ ହାଟଡିହି କଲେଜରେ ଶୋକସଭା

ହାଟଡ଼ିହି, ୧୧। ୯ :(ଓଡ଼ିଆ ପୁଅ) ହାଟଡିହି କଲେଜ ଯୁକ୍ତ ତିନି ପ୍ରଥମବର୍ଷର ଛାତ୍ର କୁଳମଣି ମଲ୍ଲିକଙ୍କ ଅକାଳ ବିୟୋଗରେ ଆଜି ହାଟଡିହି କଲେଜରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅଧ୍ୟାପକ ଚିତ୍ତରଞ୍ଜନ ରାଉତ, ରବିନ୍ଦ୍ର ନାଥ ଜେନା, ମଦନ ସୁନ୍ଦର ପଣ୍ଡା, ବିଜୟ କୁମାର ନାୟକ, ଗୌରାଙ୍ଗ ଚରଣ ନାୟକ, ରବିନାରାୟଣ ବିଶ୍ୱାଳ, ରୀତା ଦାସ, ଜୀମୁତ ବରଣ ଦାଶ, ବୃନ୍ଦାବନ ଓଝା, କବିତା ମଞ୍ଜରୀ ସୁବୁଦ୍ଧିରାୟ, ପ୍ରମୁଖ ଯୋଗଦେଇ ଛାତ୍ର କୁଳମଣି ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ବିକାଶ ବିଶ୍ୱାଳ, ସୌରଭ ପରିଡା, ଜଗଦାନନ୍ଦ ଜେନା, ସଂଗ୍ରାମ ବେହେରା, ମନୋଜ ଦାଶ, ନିରଞନ ସାହୁ, ଜଗନ୍ନାଥ ସେନାପତି, ସୌମ୍ୟରଞନ ପହି, କାହ୍ନା ଘଡେଇ, ସ୍ୱାଧୀନ ଓଝା, ବିଶ୍ୱଜିତ୍ ବେହେରା, ଚିତ୍ତରଞନ ନାୟକ, ସମ୍ବୁନାଥ ଦାଶ, ଅବିନାଶ ଯେନା, ହିମାଂଶୁ ଯେନା, ରିନାରାଣୀ ସୁଆର, ରୋଜାଲିନୀ ପାଢୀ, ପ୍ରିୟଙ୍କା ନାୟକ, କରିସ୍ମା ସେନାପତି, କନକଲତା ନାୟକଙ୍କ ସମେତ କଲେଜର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପରେ ପରେ ଆଜିର ସମସ୍ତ ଶ୍ରେଣୀର ଶିକ୍ଷାଦାନକୁ ବାତିଲ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ବଳଭଦ୍ରପୁର ଗ୍ରାମର ଏହି କଲେଜ ଛାତ୍ର ଜଣକ ସୁଲଣ ପୋଖରୀରେଗାେଓାଉଥବବା ସମୟରେ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top