ମୃତ ଓ ଆହତ ଛାତ୍ରଛାତ୍ରୀଙ୍କ ପରିବାରକୁ ଭେଟିଲେ ବିଧାୟକ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଣୀତାଲ ହାଇସ୍କୁଲର ୫ଜଣ ଛାତ୍ରଛାତ୍ରୀ ଓ ଆହତ ଛାତ୍ରଛାତ୍ରୀଙ୍କ ପରିବାରକୁ ଭେଟିଛନ୍ତି। ବିଧାୟକ ଶ୍ରୀ ପଟ୍ଟନାୟକ ଅସୁରା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ଗହଣରେ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ନିଜଆଡୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମୃତକଙ୍କ ପରିବାରକୁ ୫ ହଜାର ଟଙ୍କା ଓ ଆହତଙ୍କ ପରବିରକୁ ୩ହଜାର ଟଙ୍କା ଲେଖାଏଁ ବିଧାୟକ ପ୍ରଦାନ କରିଥିଲେ। ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ଜିଲାପରିଷଦ ସଭ୍ୟା ସୁକାନ୍ତି ନାୟକ, ବିଜେଡି ନେତା ରାଧାକାନ୍ତ ସାମଲ, କାଉନସିଲର ଟିକି ବଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *