ଓଡ଼ିଶା

ମୃତ୍ୟୁ ସହ ଝୁଝୁଛି ବାଳିକା: ଅର୍ଥ ସାଜିଛି ବାଧକ: ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିପଡୁ

ଯାଜପୁର, ୦୮/୧୧ (ଓଡ଼ିଆ ପୁଅ/ମାନସ ରାଉତ) ବାପା ସହ ଗୀତ ଶିଖିବାକୁ ଝିଅଟି ଯାଇଥିଲା। ହେଲେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଘଟିଥିବା ଦୁର୍ଘଟଣାରେ ବାପାର ଘଟଣା ସ୍ଥଳରେ ପ୍ରାଣ ଚାଲିଗଲା ଓ ଝିଅ ଗୁରୁତର ଆହତ ହୋଇ ଅଶ୍ୱନୀ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଗରୀବଙ୍କ ମାଗଣା ଚିକିତ୍ସା ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠାରେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି।

ଖବରରୁ ପ୍ରକାଶ, ଗତ ୪ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଭେଜିଗୋଠ ଗ୍ରାମର ଧୀରେନ୍ଦ୍ର ସ୍ୱାଇଁ ନିଜ ଝିଅକୁ ଗୀତ ଶିଖାଇବା ପାଇଁ ନିକଟସ୍ଥ ବାରକଣା ଗାଁକୁ ନେଉଥିଲେ। ମୋଟରସାଇକେଲରେ ନେବାବେଳେ ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥର ବାଘୁଆ ନିକଟରେ ମୋଟର ସାଇକେଲ ଅଟକାଇ ରାସ୍ତା କଡରେ ଠିଆ କରାଇ ମୋବାଇଲରେ କଥା ହେଉଥିବା ବେଳେ ଅଚାନକ ଏକ ଟ୍ରକ ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା। ଏହାପରେ ଗୁରୁତର ଆହତ ଝିଅ ଅଭଲିିପ୍ସା ପ୍ରୀୟଦର୍ଶିନୀଙ୍କୁ ଅଶ୍ୱନୀ ହସ୍ପିଟାଲର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାସ୍ଥଳରେ ଅଭିଲିପ୍ସାଙ୍କର ମୁଣ୍ଡର ଉପର ଭାଗର ଚୁଟି ସହ ଚମଡା ପଡିଥିବା ବେଳେ ମୁଣ୍ଡରେ ଗୁରୁତର ଅସ୍ତ୍ରୋପଚାର ହୋଇଛି। ଅଭିଲିପ୍ସାଙ୍କର ଡାହାଣଗୋଡ ଓ ଡାହାଣ ହାତବି ଭାଙ୍ଗିଯାଇଛି। ଆଇ.ସି.ୟୁରୁ ବାହାରି ଏବେ ଅଶ୍ୱନୀରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ପାଇଁ ଅର୍ଥ ବଡ ବାଧକ ହୋଇଛି। ବାପା ନଥିବା ବେଳେ ଅଭିଲିପ୍ସାଙ୍କ ପରିବାର ନିହାତି ଗରୀବ। ସେଥିପାଇଁ କେତେକ ଲୋକ ପରସ୍ପର ଭିତରେ ଚାନ୍ଦା କରି ଏହି ଦଃୁଖୀ ପରିବାରକୁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି। ହେଲେ ଏଥିନେଇ ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ଏବେ ଅଭିଲିପ୍ସାଙ୍କ ପାଇଁ ବଡ ସଙ୍କଟ ହୋଇପଡିଛି।

ଅଭିଲିପ୍ସାଙ୍କ ପରିବାର ନିହାତି ଗରୀବ ହୋଇଥିବା ବେଳେ ବି.ପି.ଏଲ ତାଲିକାଭୁକ୍ତ। ଏଭଳି ଗରୀବ ମାନଙ୍କୁ ବଡ ବଡ ହସ୍ପିଟାଲରେ ମାଗଣାରେ ଚିକିତ୍ସା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ସହ ଆର୍ଥିକ ସହଯୋଗ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ହେଲେ ଓ.ଏସ.ଟି.ଏଫରୁ ଅର୍ଥ ବରାଦ କରାଯାଇ ଅଭିଲିପ୍ସାଙ୍କ ପରି ଗରୀବଙ୍କ ଚିକିତ୍ସା କରାନଯିବା ଏବଂ ମାଗଣାରେ ଚିକିତ୍ସା କରାନଯିବା ନେଇ ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକାଶ ଥାଉ କି, ଅଭିଲିପ୍ସା ଜଣେ କଳାକାର ଭାବେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି। ଏଭଳି ଗରୀବ ମାନେ ଜୀବନ ମରଣ ଅବସ୍ଥା ବେଳେ ଅର୍ଥାଭାବ କାରଣରୁ ଚିକିତ୍ସା ସେବାରେ ବ୍ୟାଘାତ ହେବା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top