ad
ଅପରାଧ

ମୃତ୍ୟୁ ଏମିତିବି ଆସେ: ସ୍ୱାମୀର ଗୁଳିରେ ସ୍ତ୍ରୀ ର ମୃତ୍ୟୁ

ଭଦ୍ରକ: ୨୦-୩ (ଓଡ଼ିଆ ପୁଅ/ପ୍ରମୋଦ ରାୟ) “ଆସ କଟକ ଯିବା … ସେଠାରେ ଭଲ ଡାକ୍ତରକୁ ଦେଖାଇବା।” କିନ୍ତୁ ବାଜିଲା ଗୁଳି। ଗଳି ପଡ଼ିଲେ ଗୌତମ ପୁହାଣଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପୁହାଣ। ଗୁଳି ଆଉ କେହି ମାରି ନଥିଲେ ତା’ଙ୍କ ସ୍ୱାମୀ ଗୌତମ ପୁହାଣ ମାରିଥିଲା। ସ୍ୱାମୀଙ୍କ ଶରୀର ଭଲ ହେବ ଏବଂ ସେ ଦୀର୍ଘ ଜୀବୀ ହେବେ ଏହା ଚାହୁଁଥିଲେ ଅନ୍ନପୂର୍ଣ୍ଣା। କିନ୍ତୁ ଦଇବର ଖେଳ ଥିଲା ଅଲଗା। ସେ ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରିବାକୁ ଯାଇ ସ୍ୱାମୀଙ୍କଠାରୁ ଖାଇଲେ ଗୁଳିମାଡ଼। ଏହି ପରି ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ।

ସୂଚନାଯୋଗ୍ୟଯେ, ଗୌତମ ପୁହାଣ (୪୫) ଜଣେ ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରେ ଭଦ୍ରକ ଜିଲ୍ଲାର ଜଣେ ଶିଳ୍ପପତି ଅଜୟ ଅଗ୍ରୱାଲଙ୍କ ଘରେ। ସେଠାରେ ସେ ସର୍ଭାଣ୍ଟ କ୍ୱାର୍ଟରରେ ରୁହେ। ତା’ର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ପୁଅଟି +୨ ରେ ଭଦ୍ରକ ଟାଉନରେ ଗୋଟିଏ କଲେଜରେ ପାଠ ପଢ଼ୁଛି ଏବଂ ଝିଅଟି ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛି। ଗୌତମ ପୁହାଣର ନିଜ ଘର ଭଦ୍ରକ ଜିଲ୍ଲା ଧୁଷୁରୀଧୀନା ଅନ୍ତର୍ଗତ ଅର୍ଜୁନ ପୁର ଗାଁ’ରେ। ଗୌତମ ଏବଂ ଅନ୍ନପୂର୍ଣ୍ଣାଙ୍କର ବିବାହ ପ୍ରାୟ ୨୨ ବର୍ଷ ତଳେ ହୋଇଥିଲା। କିଛି ଦିନ ତଳେ ଗୌତମଙ୍କର ମୁଣ୍ଡ ଦୋଷ ଆସିଥିବା ଜଣାପଡ଼ିଥିଲା। ସେଥିପାଇଁ ଆଜି ସକାଳ ୯ଟା ସମୟରେ ଗୌତମଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପୁହାଣ (୪୦ ବର୍ଷ) ତାଙ୍କର ଭାଉଜ ସସ୍ମିତା ରାଉତଙ୍କ ସହିତ ଭଦ୍ରକ ଆସିଥିଲେ ଗୌତମଙ୍କୁ ନେଇ କଟକରେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବାକୁ। କିନ୍ତୁ କିଏ ଜାଣିଥିଲା ତାଙ୍କର ମୃତ୍ୟୁ ତାଙ୍କୁ ଏଠାକୁ ଟାଣି ଆଣିଛି ବୋଲି। ଭଦ୍ରକ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଡାହାଣିଗଡ଼ିଆ ନିକଟସ୍ଥ ଗୌତମକୁ ମିଳିଥିବା କ୍ୱାଟରରେ ଆଜି ସକାଳେ ଘଟିଥିଲା ଏହି ଘଟଣା। ଚିକିତ୍ସାପାଇଁ ଡାକିବାରୁ ଗୌତମ ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀ ଅନ୍ନପୂର୍ଣ୍ଣାକୁ ମାରିଥିଲା ଗୋଟେ ରାଉଣ ଗୁଳି ନିଜ ସର୍ଭିସ୍ ବନ୍ଧୁକରୁ। ଗୁଳି ବାଜିଥିଲା ଅନ୍ନପୂର୍ଣ୍ଣାଙ୍କର ଡାହାଣପଟ ଛାତିରେ। ଅନ୍ନପୂର୍ଣ୍ଣା ତୁରନ୍ତ ସେହିଠାରେ ଟଳି ପଡ଼ିଥିଲେ ଏବଂ ସେଠାରେ ଉପସ୍ଥିତ ତାଙ୍କ ତାଙ୍କ ଭାଉଜଙ୍କ ବ୍ୟତୀତ ଆଉଜଣେ ସାଥୀ ଡରିଯାଇ ବାହାରକୁ ଆସି ପୋଲିସ୍ କୁ ଖବର ଦେଇଥିଲେ। ଅନ୍ନପୂର୍ଣ୍ଣାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ରିସିଭ ଡେଡ ଘୋଷଣା କରିଥିଲେ। ପୋଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top