ଜିଲ୍ଲା ପରିକ୍ରମା

ମୃତ୍ୟୁ ଏମିତିବି ଆସିପାରେ: ଇଭିନିଙ୍ଗ୍ ୱାର୍କ କରୁଥିବା ବେଳେ ମଦ୍ୟପ ଚାଳକର ବାଇକ ଧକ୍କାରେ ଯୁବକର ମୃତ୍ୟୁ

ଯାଜପୁର, ୫/୮(ଓଡିଆ ପୁଅ/ମାନସ ରାଉତ) ନିଜକୁ ପୋଲିସ କି ରେଲେୱେରେ ଖଣ୍ଡେ ଚାକିରୀ କରିବା ପାଇଁ ଇଭିନିଙ୍ଗ୍ ୱାର୍କ କରିବାକୁ ନିଜ ସାଙ୍ଗ ସିକୁନା ସହିତ ସବୁଦିନ ଭଳି ବାହାରି ଆସିଥିଲା ଧାନମଣ୍ଡଳର ବଜାରରୁ ବଡଚଣାକୁ ସଂଯୋଗ କରୁଥିବା ରାସ୍ତାକୁ। ହେଲେ ସେ କଣ ଜାଣିଥିଲା ତାହା ନିଜର ଶେଷ ୱାର୍କ ବୋଲି। ଫଛରୁ ଏକ ମଦ୍ୟପ ଚାଳକ ବାଇକରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇ ପ୍ରଥମେ ବଡଚଣା ମେଡିକାଲ ଏବଂ ପରେ କଟକର ଏକ ଘରୋଇ ମେଡିକାଲରେ ଚିକତ୍ସିତ ହୋଇଥିଲେ। ଚିକିତ୍ସିତ ସମୟରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତଙ୍କ ଜଣଙ୍କ ହେଲେ ଧାନମଣ୍ଡଳ ରେଲେୱ ଷ୍ଟେସନରେ ଟିପିରେ କାର୍ଯ୍ୟକରୁଥିବା ରମେଶ ମୁର୍ମୁଙ୍କ ପୁଅ ସୁରେନ୍ଦ୍ର ମୁର୍ମୁ। ନିଜ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣପଡିଥିବା ବେଳେ ମୃତ ସୁରେନ୍ଦ୍ର ଚଳିତ ବର୍ଷ ବାବା ଭୈରବା ନନ୍ଦ ମହାବିଦ୍ୟାଳୟରୁ ଯୁକ୍ତ ୩ଶେଷ କରିଛନ୍ତି। ଏହି ଦୃର୍ଘଟଣାରେ ତେଲିଗଡ ମଦ୍ୟପ ବାଇକ ଚାଳକ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସାଥିରେ ନେଉଥିବା ପତ୍ନୀ ଏବଂ ପିଲା ଅଳ୍ପକେ ଆହତ ହୋଇ ରକ୍ଷା ପାଇଯାଇଛନ୍ତି। ଧାନମଣ୍ଡଳ ପାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top