ମୃତିକା ସଂରକ୍ଷଣ କ୍ଷେତ୍ର କର୍ମଚାରୀଙ୍କ ରାଜ୍ୟ ସମ୍ମିଳନୀ

କୋରାପୁଟ ; ତା୦୮-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଓଡିଶା ରାଜ୍ୟ ମୃତିକା ସଂରକ୍ଷଣ ଅଣଗେଜେଟେଡ୍ କ୍ଷେତ୍ର କର୍ମଚାରୀ ସଂଘର ତ୍ରୟୋଦଶ ରାଜ୍ୟ ସମିଳନୀ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସଭାପତି ମନୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସାଧାରଣ ସମ୍ପାଦକ ପବିତ୍ର ମୋହନ ରାୟ ବିବରଣୀ ପାଠ କରିବା ସହ ସଂଘ ସରକାରଙ୍କ ନିକଟରେ କରା ଯାଉଥିବା ଦାବି ଗୁଡିକ ଉପସ୍ଥାପନ କରିଥିଲେ। ସଂଘର ଦାବି ମଧ୍ୟରେ କ୍ଷେତ୍ର କର୍ମଚାରୀଙ୍କ ପଦବୀକୁ ୱାର୍କର ବଦଳରେ ଅଫିସରକୁ ବଦଳାଇବା, କ୍ୟାଡର ରୁଲ୍ ସଂଶୋଧନ କରି ପୁରୁଣା ପଦବୀ ପୂରଣ, ଆରଏସିପି କ୍ୟାଡର ପୁର୍ଗଠନ ଇତ୍ୟାଦି ରହିଥିବା ସମ୍ପାଦକ କହିଥିଲେ। କୃଷି ଓ କୃଷକ ମାନଙ୍କ ନିମନ୍ତେ ରାଜ୍ୟ ସରକାର କରୁଥିବା ଯୋଜନା ଗୁଡିକର ସଫଳ ରୂପାୟନ କ୍ଷେତ୍ରରେ ମୃତିକା ସଂରକ୍ଷଣ କ୍ଷେତ୍ର କର୍ମଚାରୀଙ୍କ ଭୂମିକା ଅତୂଳନୀୟ, ତେଣୁ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ସହୃଦୟେ ବିଚାର କରିବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଶ୍ରୀ ଦାଶ ବକ୍ତବ୍ୟ ରଖିଥିଲେ। ମାଲକାନଗିରିର ପୂର୍ବତନ ବିଧାୟକ ନିମାଁଇ ସରକାର, କୋରାପୁଟ ବିଧାୟକଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ପୂର୍ବତନ ସବାପତି ପ୍ରଶାନ୍ତ ପାତ୍ର, ସ୍ଥାନୀୟ କାଉନସିଲର ଅମ୍ବିକା ଷଣ୍ଢ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସଂଘର ଦାବି ପ୍ରତି ସମର୍ଥନ କରିଥିଲେ।

Leave a Reply

Your email address will not be published. Required fields are marked *