ମୃତକଙ୍କ ପରିବାରକୁ ବିଜେପି କାର୍ଯ୍ୟକର୍ତାଙ୍କ ଆର୍ଥିକ ସହାୟତା

ତାଳଚେର,୨୩/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କ୍ୟାନସର ରୋଗରେ ଅକାଳ ବିୟୋଗ ଘଟିଥିବା ତାଳଚେର ବ୍ଲକ ଚାଳଗଡ଼ ଗ୍ରାମର ଡୋରା ଗୋଚ୍ଛାୟତ ଓ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଧଡ଼ି ରାଉତଙ୍କ ପରିବାରକୁ ଘଂଟପଡ଼ା ପଂଚାୟତର ବିଜେପି କାର୍ଯ୍ୟକର୍ତା ବିଭୁତି କୁମାର ସାହୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶ୍ରୀ ସାହୁ ଗତ ୧୫ ତାରିଖରେ ଧଡ଼ି ରାଉତଙ୍କ ପରିବାରକୁ ୫ହଜାର ଏବଂ ଡୋରା ଗୋଚ୍ଛାୟତଙ୍କ ପରିବାରକୁ ଭେଟି ୩ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାସହ ସମବେଦନା ଜଣାଇଛନ୍ତିି । ଏହି ଅବସରରେ ସୁନୀଲ କୁମାର ପଟ୍ଟନାୟକ,ସୁଶୀଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *