ଓଡ଼ିଶା

ମୂଲ୍ୟବାନ ଜମି ସରକାର ହାତକୁ ନେଲେ

ଯୋଡା- ତା ୩୧/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)ଯୋଡା ପୌରପାଳିକା ଅନ୍ତର୍ଗତ ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥର କଡରେ ହୋଟେଲ ମେରିଅଟ ନିକଟରେ ଥିବା ମୂଲ୍ୟବାନ ଜମିକୁ ସରକାର ତାର ବାଡ ବୁଜି ଆଜି ହାତକୁ ନେଇଛନ୍ତି। ଖାତା ନଂ. ୧୭୮ ଏବଂ ପ୍ଲଟ ନଂ.-୧୨୮ ଉପରେ ଅବସ୍ଥିତ ପ୍ରାୟ ୩୫ ଡିସମିଲ ପରିମିତ ଜମିଟି ଦୀର୍ଘ ଦିନ ଧରି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅକ୍ତିଆରରେ ରହିଥିଲା। ଏହାକୁ ସେ ନିଜର ଯାନ ବାହାନ ନିମନ୍ତେ ପାର୍କିଂ ଏରିଆ ଭାବେ ବ୍ୟବହାର କରୁଥିଲେ। ଯାହାର ସରକାରୀ ମୂଲ୍ୟ ୭୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ମେରିଅଟ ହୋଟେଲର ସମ୍ମୁଖରେ ମଧ୍ୟ ଅନେକ ଜମି ଜବରଦଖଲରେ ଥିବା ବେଳେ ଏହାକୁ ହାତକୁ ନେବାକୁ ପ୍ରଶାସନ ପ୍ରୟାଶ କରି ପୂର୍ବରୁ ବିଫଳ ହୋଇଥିଲା। ସେତେବେଳେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ଏବଂ ପରେ ମାନ୍ୟବାର ଅଦାତଲଙ୍କ ନିର୍ଦ୍ଦେଶକ୍ରମେ ଏହି ଅକ୍ତିଆରକୁ ବନ୍ଦ କରାଯାଇଥିଲା। ତେବେ ଆଜି ଏହି ଜମି ଅକ୍ତିଆର ସମୟରେ ଯୋଡା ବିଡିଓ ଅରୁଣ କୁମାର ମଲ୍ଲିକ, ଯୋଡା ଥାନା ଏସ.ଆଇ. ମନୋରଞ୍ଜନ ବିସି, ଯନ୍ତ୍ରୀ ଅବନୀ କୁମାର ପାଢୀ ଏବଂ ରାଜସ୍ୱ ନୀରିକ୍ଷଣ ତରଣୀ ପାତ୍ର ପ୍ରମୁଖ ଏକ ପ୍ଲାଟୁନ ପୁଲିସ ବଳ ନିୟୋଜିତ ଥିବା ଦେଖିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top