ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଗଣେଶ ମୂର୍ତ୍ତି ଭସାଣି ସମୟରେ ନଦୀରେ ବୁଡିଯାଇ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଓକରା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ରାଜେନ୍ଦ୍ର ସାହୁ ସେ ପଢୁଥିବା ଏକ ଟିଉସନ ସେଣ୍ଟରର ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଗ୍ରାମର ପ୍ରଫୁଲ ସାହୁଙ୍କ ପୁଅ ରାଜେନ୍ଦ୍ର (୧୪) ଓକରା ଗ୍ରାମରେ ଏକ କୋଚିଂ ସେଣ୍ଟରରେ ଟିଉସନ ହେଉଥିଲେ। ଉକ୍ତ ଟିଉସନରେ ହୋଇଥିବା ଗଣେଶ ପୂଜାର ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ନିକଟସ୍ଥ ନାଳିଆ ନଦୀ ଭକ୍ତିବ୍ରହ୍ମପୁର ଘାଟରେ ବୁଡିଯାଇଥିଲେ। ରାଜେନ୍ଦ୍ରକୁ ନଦୀରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମାଞ୍ଚଳ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Leave a Reply

Your email address will not be published. Required fields are marked *