ମୁସଲେମଉଦ ଦିବସ ପାଳିତ

ଭଦ୍ରକ,୨୦ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜମାତ ଅହେମଦିଆ ଭଦ୍ରକ ତରଫରୁ ମୁସଲେମଉଦ ଦିବସ ପାଳିତ ହୋଇଯାଇଛି । ଆଜି ପ୍ରଭାତରୁ ସମୁହ ନମାଜ ଓ କୋରାନ ପାଠ ପରେ ଭଦ୍ରକ ବାଇପାସସ୍ଥିତ ଫୀରଦୋସ ହୋଟେଲ ସମ୍ମିଳନୀ କକ୍ଷରେ ହଜରତ ମହମ୍ମଦ ସ:ଅ:ସ:ଙ୍କ: ପବିତ୍ର ଜୀବନୀଦର୍ଶନ ପୁସ୍ତକ ‘ନବୀ ଶିରୋମଣୀ’ ର ଉନ୍ମୋଚନ ଉସ୍ôବ ଆୟୋଜନ କରାଯାଇଥିଲା । ଏଥିରେ ପୁର୍ବତନ ଅମୀର ସେକ ଅବଦୁଲ କାଦର ସଭାପତିତ୍ୱ କରିଥିଲେ । ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଗୁରୁଗ୍ରନ୍ଥ ସାହେବ ଇନ୍ଦ୍ରଜୀତ ସିଂହ, ସମାଜସେବୀ ଏସ.ଏମ ଫାରୁକ, ସ୍ୱାମୀ ମୁକୁନ୍ଦ କ୍ରିସନଜୀ, ପଣ୍ଡିତ ଦୈତାରୀ ମହାପାତ୍ର, ଆଇନଜୀବୀ ରାଧାରାଣୀ ମହାପାତ୍ର, ଡ଼ଃ   ସୁଧୀରଂଜନ ନାୟକ ପ୍ରମୁଖ ଯୋଗଦେଇ   ହଜରତ ମହମ୍ମଦ ସ:ଅ:ସ:ଙ୍କ:  ଏହି ଶିକ୍ଷା ଓ ଆଦର୍ଶ ଦ୍ୱାରା ଅନୁପା୍ରଣିତ ହୋଇ ଆମ୍ଭେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ, ସାମାଜିକ ବିଶୃଙ୍ଖଳାର ପ୍ରକୃତ ପକ୍ଷେ ମୂଳପେ୍ôାଟନ ହୋଇପାରିବ ଏବଂ ବିଶ୍ୱବାସୀ ସୌହାର୍ଦ୍ଧ୍ୟ ଓ ଶାନ୍ତିପୁର୍ଣ୍ଣ ସହାବସ୍ଥାନ ଲାଭ କରିପାରିବେ । ଏହି ଅବସରରେ ଜମାତ ଏକ ପ୍ରତିନିଦ୍ଧି ମଣ୍ଡଳ ଜିିଲ୍ଲାପାଳ ଜ୍ଞାନ ରଂଜନ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଆରକ୍ଷ ଅଧିକ୍ଷକ ଅନୁପ କୁମାର ସାହୁ, ଓ ଟାଉନଥାନା ଅଧିକାରୀ ମନୋଜ ରାଉତ ପ୍ରମୁଖଙ୍କୁ ଭେଟି ପୁଷ୍ପଗୁଚ୍ଛ ସହିତ ପୁସ୍ତକ ‘ନବୀ ଶିରୋମଣୀ’ ପ୍ରଦାନ କରାଯାଇଥିଲା । ସଂଦ୍ଧ୍ୟାରେ ମଦିନା ମଇଦାନରେ ସ୍ଥିତ  ଅହେମଦିଆ ମସଜିଦରେ ଅମୀର ଜମାଦ ଭଦ୍ରକଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ପୁସ୍ତକର ମୂଳ ଲେଖକ ହଜରତ୍ ମିର୍ଜା ବଶିରୁଦ୍ଧିନ ମହେମୁଦ ଅହେମଦ ( ର:ଅ:ଅ:) (ଯେ କି ମୁସଲେ ମଉଦ ଅର୍ଥାତ ପ୍ରତିଶୃତ ସଂସ୍କାରକ ଓ ଜମାତ  ଅହେମଦିଆ ଦ୍ୱିତୀୟ ଖଲିପା ଅଟନ୍ତି)ଙ୍କ ଜୀବନ ଆଦର୍ଶ ବକ୍ତାମାନେ ଆଲୋକପାତ କରିଥିଲେ । ସେହିପରି ଜମାତର ମହିଳା ଶାଖା (ଲଜନା ଇମା ଉଲ୍ଲା) ଏକ ସ୍ୱତନ୍ତ୍ର ସଭା କରାଯାଇଥିଲା । ପରିଶେଷରେ ବିଶ୍ୱର ଶାନ୍ତି ଓ ସୋହାର୍ଦ୍ଧ ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରାଯାଇ ସଭା ସାଙ୍ଗ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜମାତର ଅନସାର, ଖୁଦ୍ଧାମ  (ପୌଡ଼ଗୋଷ୍ଠୀ), ଅତଫାଲ ଓ ଲଜନାଇମାଉଲ୍ଲା  ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *