ମୁଳ୍ୟାୟନ କାର୍ଯ୍ୟ ବର୍ଜନ କରିବାପାଇଁ ମିଲିତ ମଞ୍ଚର ନିସ୍ପତି

ଖଡିଆଳ/ନୂଆପଡା-୧୮.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ସ୍କୁଲ କଲେଜ ମିଲିତ ମଞ୍ଚର ଜିଲ୍ଲାସ୍ତରିୟ ବୈଠଖକ ଖଡିଆଳ ମହିଳା ମହାବିଦ୍ୟଳୟ ରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କର ୨୦୧୭ ତୃଟିପୂର୍ଣ୍ଣ ଅନୁଦାନ ନିତିର ବିରୁଦ୍ଧରେ ଏହି ସଭାରେ ଆଲୋଚନା କରାଯାଇଥିଳା । ବ୍ଲକ ଗ୍ରାଣ୍ଟ ଉଚ୍ଚେଦ କରି ପୂର୍ଣ୍ଣ ଅନୁଦାନ କରାଗଳା ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଏହି ଅନୁଦାନ ନୀତିରେ ସରକାର ଶିକ୍ଷକ ଏବଂ ଅଧ୍ୟାପକ ମାନଙ୍କ ଠାରୁ ସତ୍ୟଫାଠ ମାଧ୍ୟମରେ ଲେଖେଇନେବା ପାଇଁ ଚାହୁଛନ୍ତି । ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ଭିବଷ୍ୟତରେ କୌଣସି ନ୍ୟାୟାଳୟର ଆଶ୍ରୟ ନେଇପାରିବେ ନାହି । ଏଥିସହିତ ୪୦, ୬୦, ଏବଂ ୭୫ ସତକାଡା ଅନୁଦାନ ପାଉଥିବା କର୍ମଚାରି ମାନେ ପୂର୍ଣ୍ଣ ଅନୁଦାନ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ଏହି ଆଇନ ପରିସର ଭୁକ୍ତ କରାଯାଇନାହି । ସରକାର ତୁରନ୍ତ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ହେବାକୁଥିବା ଦଶମ ଶ୍ରେଣିର ମୁଳ୍ୟାୟନ କାର୍ଯ୍ୟ ବର୍ଜନ କରିବା ପଇଁ ରାଜ୍ୟସଂଘର ଆବାହନ କ୍ରମେ ନୂଆପଡା ଜିଲା ମିଳିତ ମଞ୍ଚ ଏଥିରେ ସାମିଲ ହୋଇ ନୂଆପଡା ଜିଲା ରେ ହେବାକୁ ଥିବା ମୁଲ୍ୟାୟନ କାର୍ଯ୍ୟରେ ଅସହଯୋଗ କରିବା ପାଇଁ ସଂଘ ନିସ୍ପତି ନେଇଛି । ନୂଆପଡା ଜିଲ୍ଲା ମିଳିତ ମଞ୍ଚର ସଭାପତି ରୁଦ୍ର ମାଧବ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହିଳା ମହା ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ସସ୍ମିତା ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ପ୍ରଭାସ କୁମାର ପଣ୍ଡା, ଅବନୀ ଖମାରୀ, ରବିନ୍ଦ୍ର ଯୋଷୀ, ଲକ୍ଷ୍ମୀକାନ୍ତ ସଲମା, ସତ୍ୟପ୍ରିୟ ପଣ୍ଡା, ରାଜେନ୍ଦ୍ର ବେହେରା, ଡଃ ଉମାକାନ୍ତ ପ୍ରଧାନ ଆଦି ଅଧ୍ୟାପକ ଓ ଶିକ୍ଷକ କର୍ମଚାରୀମାନେ ସହେଯାଗ କରିଥିଲେ ।

Leave a Reply

Your email address will not be published. Required fields are marked *