ଜିଲ୍ଲା ପରିକ୍ରମା

ମୁଲକିୟା ହୋ କମିଟି ପକ୍ଷରୁ ଅତଗୁର କୋଲ୍ ଲାକ ବୋଦ୍ରାଙ୍କ ଜୟନ୍ତୀ

ରାଉରକେଲା ୨୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ମୁଲକିୟା ହୋ କମିଟି ରାଉରକେଲା ପକ୍ଷରୁୁ ଆଦିବାସୀ ହୋ ସମାଜର ୱାରାଂଚିତି ଲିପିଶ୍ରଷ୍ଟା ଗୁରୁ ଲାକ ବୋଦ୍ରାଙ୍କ ୯୯ତମ ଜୟନ୍ତୀ କଇତାବାସା ଓ ଲାଗଳା ବାସା, ଫୁଟବଲ ପଡିଆଠାରେ ଅତି ଆନନ୍ଦ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛିା ଉକ୍ତ ଜୟନ୍ତିରେ ସର୍ବପ୍ରଥମେ ଗୁରୁ ଲାକ ବୋଦ୍ରାଙ୍କ ପୁଜା ଅର୍ଚ୍ଚନା ସହିତ କୁନିକୁନି ପିଲାମାନେ ଗୁରୁବନ୍ଦନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭାପତି ସନ୍ତୋଷ ଅମାତ ଯୋଗଦେଇ ଗୁରୁ ଲାକ ବଦ୍ରାଙ୍କ ତୈଳଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ। ଆଦିବାସୀମାନଙ୍କର ସାଂସ୍କୃତିକ କଳା ଓ ପରମ୍ପରାର ଉନ୍ନତି ପାଇଁ ସେ ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ଯୋଗାଇଦେବେ ଏବଂ ଗରିବ ଶିକ୍ଷାର୍ଥି ଯେଉଁମାନେ ଅଧାରୁ ପାଠପଢା ଛାଡିଥିବେ ସେମାନଙ୍କ ଭବିଷ୍ୟତ ଉଜ୍ଜଳ ପାଇଁ ସରକାର ଆଗକୁ ପଢିବାର ସୁଯୋଗ ରଖିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସମ୍ମାନୀୟ ଅତିଥି ଭାବେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ବିଜେଡି ନଗର ସଭାପତି ସୁଧିର ସୁନ୍ଦର ରାୟ ଉପସ୍ଥିତ ରହି, ତାଙ୍କ ବକ୍ତବ୍ୟରେ ବିଧାୟକଙ୍କ ପାଣ୍ଠିରୁ ରାସ୍ତାଘାଟ, ପାନୀୟ ଜଳ, ସାଂସ୍କୃତିକ ଗୃହ ପାଇଁ ଅନୁରୋଧ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ମୁଖ୍ୟବକ୍ତା ଭାବେ ହୋ ସମାଜର ଲେଖକ ତଥା କବି ବୁଧାନ ସିଂ ହେସାଃ ହୋ ଲିପି ଶ୍ରଷ୍ଟା ଗୁରୁ ଲାକ ବଦ୍ରାଙ୍କ ଜୀବନୀ ଉପରେ ଗୁରୁ ଲାକ ବଦ୍ରା ହୋ ସମାଜର ଯୁଗାନ୍ତକାରୀ ପୁରୁଷ ବୋଲି ଆକ୍ଷା କରିଥିଲେ ଓ ସେ ହୋ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପତି ଦେଇଯାଇଛନ୍ତି ତାହାକୁ ହୋ ଭାଇଭଉଣୀମାନେ ଯୁଗଯୁଗ ଧରି ସେବା ସାଇତି କରି ରଖିବା ଉଚିତ୍। ମଂଚରେ ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଦସ୍ୟ ତଥା ପୂର୍ବତନ ସରପଂଚ ଚିତରଞ୍ଜନ ଭୂମିଜ, ବିଜେଡି ସଦସ୍ୟ ଜଗଦିସ ପଣ୍ଡା, ପିରୁଚରଣ ମୁର୍ମୁ, ସାଇବା ମାଝୀ, ଏବଂ ସମସ୍ତ ହୋ ସମ୍ପ୍ରଦାୟର ଗ୍ରାମ ମୁଖିଆ ଯଥା ଚାମ୍ରା ହେମ୍ବ୍ରମ, କଲ୍ୟାଣ ଚାକୀ, ରାସୀ ସାମାଡ଼, ବାଗୁନ ମୁଣ୍ଡା, ସୁରଜ ଗାଗରାଇ, ସାହିଲ ତିଉ, ଦୀପକ ଲେଙ୍କା, ଡ଼ବର ସଏ, ହରିହର ସିଂ ଖୁଟିଂଆ, ମାସାଙ୍ଗ ବୋଦ୍ରା, ହାଲୁ ସୋଏ, ରାମରାଇ ବଇପାଇ, ଦିଉରୀ ଗାଗାରାଇ, ବୈକୁଣ୍ଠ ଗଡ୍ସରା, ମହେନ୍ଦ୍ର ସାମାଡ୍, ମୋହନ ସିଂ ତିଉ, ବିଜୟ ବବଙ୍ଗା, ଲଞ୍ଜ ତିରିୟା, ଦିଲିପ ସିଂ ପୁର୍ତି, ଜଗବନ୍ଧୁ ଗଡ୍ସରା, ମାନାଦେଇ ସାଉୟାଁ, ସାଧୁ ବାନ୍ରା, ସୋମନାଥ ହେମ୍ବ୍ରମ, ଦାମ୍ପା ଉଗୁରସାଣ୍ଡି, ରାଜେଶ ବୋଇପାଇ, ଲାଲସିଂ ବୁଳିଉଲି, ସିଙ୍ଗରାଇ ମୁଣ୍ଡ୍ରି, କାଲାସିଂ ପୁର୍ତ୍ତୀ, ଉଦୟ ପୁର୍ତ୍ତୀ, ସାମୁ ଗାଗରାଇ, ପ୍ରମୁଖ ଗୁରୁ ଲାକ ବୋଦ୍ରାଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହୀ ଅବସରରେ ସମାଜ ପକ୍ଷରୁ ଦିଲ୍ଲିପ ସିଂ ପୁର୍ତି ଓ ଗଦାଧର ତିଉ ମିଳିତ ଭାବେ ମଂଚ ପରିଚାଳନା କରିଥିଲେ। ଉକ୍ତ ଉତ୍ସବରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହିତ ଜମ୍ ନାମା ଓ ହେରଃ ପର୍ବର ନୃତ୍ୟ, ଗୀତ ଓ ପ୍ରସାଦ(ଲେଟେ) ସେବନ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ଦେବରାଜ ବାନ୍ରା ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top