ମୁମ୍ବାଇରେ ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣା ଗ୍ରସ୍ତ, ୫ ଜଣଙ୍କର ମୃତ୍ୟୁ

ମୁମ୍ବାଇ ୨୮-୬ (ଓଡ଼ିଆ ପୁଅ) ଘାଟକୋପରରେ ଏକ ବଡ଼ ବିମାନ ଦୁର୍ଘଟଣା ହୋଇଯାଇଛି। ମୁମ୍ବାଇର ସର୍ବୋଦୟ ନଗରରେ ଏହି ବିମାନ ଦୁର୍ଘଟଣାରେ ପ୍ରାୟ ୫ଜଣ ଲୋକମାନଙ୍କର ମୃତ୍ୟୁ ହେବାର ଆଶଂକା କରାଯାଉଛି। ଏଥିରେ ଦୁଇଜଣ ପାୟଲଟ ଏବଂ ଦୁଇଜଣ ଟେକ୍ନିସିଆନ୍ ସାମିଲ ଥିବାର କୁହାଯାଉଛି। କୁହାଯାଉଛିଯେ, କି ଏହି ବିମାନ ଉତ୍ତର ପ୍ରଦେଶ ସରକାରଙ୍କର ଥିଲା ଯାହାକୁ ୨୦୧୪ରେ ଉତ୍ତରପ୍ରଦେଶ ସରକାରଙ୍କଠାରୁ ଏହାକୁ ଏକ ପ୍ରାଇଭେଟ କମ୍ପାନୀ କ୍ରୟ କରିନେଇଥିଲା। ପୁଲିସ କହିଛି କି ଏହା ଏକ ଛୋଟ ବିମାନ। ଦ୍ୱିପ୍ରହର ପ୍ରାୟତଃ ଏକ ଘଣ୍ଟା ୩୦ ମିନିଟ ସମୟରେ ମୁମ୍ବାଇରେ ଘାଟକୋପରର ସର୍ବୋଦୟ ନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ପୁଲିସ ଉପାୟୁକ୍ତ (ଜୋନ -୭) ଅଖିଲେଶ ସିଂହ କହିଛନ୍ତି କି ପୁଲିସ, ଦମକଳ ବିଭାଗ ଏବଂ ଡିଜେଷ୍ଟର ମ୍ୟାନେଜମେଣ୍ଟର ଟୀମ ଘଟଣାସ୍ଥଳରେ ପହଁଚିଛି। ସୂଚନାଯୋଗ୍ୟଯେ, ସେହି ବିମାନରେ ୪ଜଣ ଯାତ୍ରା କରୁଥିଲେ। ଖବର ଅନୁଯାୟୀ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ପଦଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। କୁହାଯାଉଛିଯେ, ସେହି ପଦଯାତ୍ରୀଙ୍କ ଉପରେ ବିମାନ ଖସି ପଡ଼ିଥିଲା। ଏହି ବିମାନଟି ଟେଷ୍ଟ ଉଡାଣ ଭରିଥିଲା ବୋଲି ଜଣାପଡ଼ିଛି। ପୁନଃ କୁହାଯାଇପାରେଯେ, ଏହି ବିମାନଟି ପୂର୍ବରୁ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପରେ ଏହାକୁ ଠିକ କରାଯାଇ ପୁନଃ ଉଡ଼ାଣର ଟେଷ୍ଟିଂ କରାଯାଉଥିଲା। ଏହି ବିମାନଟି ଏକ ଆବାସୀୟ ଯେତ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ଏହି ବିମାନଟି କୌଣସି କାରଣରୁ ଏକ ନିର୍ାଣାଧିନ ବିଲ୍ଡିଂ ନିକଟରେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଏଥିରେ ବିଶେଷ ଧନଜୀବନ କ୍ଷତିଗ୍ରସ୍ତ ହୋଇନାହିଁ।

Leave a Reply

Your email address will not be published. Required fields are marked *