ମୁନୀ ବିବିଙ୍କୁ ନ୍ୟାୟ କେବେ ମିଳିବ

ଖଡିଆଳ/ନୂଆପଡା-୦୮.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡିଆଳ ୱାର୍ଡନମ୍ବର୨ରେ ବାସ କରନ୍ତି ଆର୍ଶିବାଦ କମ୍ପୁ୍ୟଟର ମାଳିକ ମହମ୍ମଦ ଏହେସାନ ମଲ୍ଲିକ ଓ ପନôୀ ମୁନ୍ନି ବିବି । ଗତ ୨୦୧୭ ମସିହା ନଭେମ୍ବର ୧୭ ତାରିଖରେ ପନôୀ ମୁନ୍ନି ବିବି ଙ୍କର ହଠାତ୍ ମୃତୁ୍ୟ ହୋଇଥିଲା । ପନôୀର ମୁତୃୁ୍ୟ ଖବର ପାଇ ସ୍ୱାମୀ ଏହେସାନ ମଲ୍ଲିକ ନିଜ ଶ୍ୱଶୁର ଘରକୁ ନଜଣାଇ ଚୁପଚାପ୍ ଶବ ସଂସ୍କର କାମ ଶେଷ କରିବାପାଇଁ ଉଦ୍ୟମ କରୁଥିଲେ । କୋରାପୁଟ ସୁନାବେଡା ନିବାସୀ ମୃତ ମହିଳାଙ୍କ ଭାଇ ସେଖ୍ ଇବ୍ରାହିମ୍ କୈାଣସି ସୂତ୍ରରୁ ଭଉଣୀର ମୁୃତୁ୍ୟଖବର ପାଇ ଭାଙ୍ଗିପଡିଥିଲେ । ଭଉଣିର ମୁତୁ୍ୟ ଖବର ତାଙ୍କ ଭଉଣୀ ଜ୍ୱାଇଁ ମହମ୍ମଦ ଏହେସାନ ଜଣାଇ ସବ ସଂସ୍କାର କରୁଥିବା ଘଟଣାଙ୍କ ସେ ସନେ୍ଦହ କରିଥିଲେ । ତତ୍କ୍ଷଣାତ ଖଡିଆଳ ଆଇଆଇସି ସଦାନନ୍ଦ ପୁଝାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଶବ ସଂସ୍କାର କାମକୁ ଅଟକାଇବାକୁ ଅନୁରୋଧ କରିଥିଲେ । ଖଡିଆଳ ପୋଲିସର ହସ୍ତକ୍ଷେପ ପରେ ମୃତ ମହିଳାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଗତ ୨୦୧୭ ମସିହା ନଭେମ୍ବର ୧୭ ତାରିଖ ଦିନ ମୃତ ମହିଳାଙ୍କ ଭାଇ ସେଖ ଇବ୍ରାହିମ ନିଜ ଗ୍ରାମ କୋରାପୁଟ ସୁନାବେଡାରୁ ଆସି ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେଖ୍ ଇବ୍ରାହିମଙ୍କ ଭଉଣୀ ମୃତ ମହିଳା ମୁନ୍ନି ବିିବିଙ୍କୁ ତାଙ୍କ ସ୍ୱାମୀ ଆର୍ଶିବାଦ କମ୍ପୁ୍ୟଟର ମାଲିକ ମହମ୍ମଦ ଏହେସାନ ମଲ୍ଲିକ ଯୋଜନା ବଦ୍ଧ ଭାବରେ ହତ୍ୟା କରିଥିବା ଅଭିଯୋଗରେ ଦର୍ଶାଯାଇଛି । ତାନହେଲେ ଶ୍ୱଶୁର ଘର ଲୋକଙ୍କ ନଜଣାଇ କାହିଁକି ଅନ୍ତିମ ସଂସ୍କାର ଉଦ୍ୟମ କରୁଥିଲେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି । ମହମ୍ମଦ ଏହେସାନ ମଲ୍ଲିକ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ସେଥିପାଇଁ ନିଜସ୍ତ୍ରୀ ମୁନ୍ନି ବିବିଙ୍କୁ ଯୈ÷ାତୁକ ନିର୍ଯ୍ୟାତନା । ବିଭିନ୍ନ ସମୟରେ ମାଡ ମାରିଥିବା ନିଜ ବାପ ଘରକୁ ଚାଲିଯିବାକୁ ଧମକ ଚମକ ଦେଇ ଆସୁଥିଲେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ଭିତ୍ତିକରି ଖଡିଆଳ ଥାନା କେସ ନମ୍ବର ୨୭୭/୧୭ ଆଇପିସି ଧାରା ୪୯୮(କ) ଓ ୩୦୬ରେ ଏକ ମାମଲା ରୁଜୁକରି ପୋଲିସ ସେହିଦିନଠାରୁ ତଦନ୍ତ ଚଳାଇଛନ୍ତି । ଅପରପକ୍ଷେ ପୋଲିସର କାର୍ଯ୍ୟକଳାପର ପ୍ରତି ସାଧାରଣରେ ସନେ୍ଦହ ସୃଷ୍ଟି କରୁଥିବା ଲୋକେ ଅଭିଯୋଗ କରୁଛନ୍ତି । କାରଣ ଖଡିଆଳ ଏକାଧିକ ହତ୍ୟା ଅଭିଯୋଗ ପୋଲିସ ନାଳିଫିତା ତଳେ ଚାପି ହୋଇଯାଉଛି ଏବଂ ନିରିହ ଲୋକମାନେ ଅକାଳରେ ମୃତୁ୍ୟଦଣ୍ଡ ପାଉଛନ୍ତି । ପ୍ରକୃତ ଆସାମିକୁ ଗିରଫ କରିବାରେ ଖଡିଆଳ ପୋଲିସର ଟେରପାଉନାହିଁ । ପୋଲିସକୁ ଚଖମାଦେଇ ଖସିଯିବାରେ ସଫଳ ହେଉଛି ଆସାମୀ । ଏଭଳି ଅମାନସୀକ ଘଟଣା ଘଟାଉଥିବା ଆସାମୀମାନଙ୍କୁ କେବେ ଧରିବ ଖଡିଆଳ ପୋଲିସ? ବୋଲି ବୁଦ୍ଧିଜୀବି ମହଳରେ ଚର୍ଚ୍ଚା ଜୋର୍ ଧରିଛି ।

Leave a Reply

Your email address will not be published. Required fields are marked *