ମୁନି ମଣ୍ଡପରେ ନାଗ ଆର୍ବିଭାବ

ଖଇରା/ବାଲେଶ୍ୱର, ୪/୨/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ କପିଳ ମୁନିଙ୍କ ମଣ୍ଡପରେ ନାଗ ସାପ ଆର୍ବିଭାବ ଯୋଗୁଁ ସ୍ଥାନିୟ ଅଂଚଳରେ ଆଲୋଡନ ଖେଳିଯାଇଛି। କପିଳ ମୁନି ବସିଥିବା ସ୍ଥାନଟିର ହଠାତ୍ ଏକ ଗର୍ତ୍ତସୃଷ୍ଟି ହୋଇଥିଲା। ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ ଏହା ଦେଖି ଗର୍ତ୍ତଟିକୁ ବାରମ୍ବାର ନିରୀକ୍ଷଣ କତିଥିଲେ। ହଠାତ୍ ଏକ ନାଗ ସାପ ବାହାରକୁ ଫଣାଟେକି ବାହାରି ପୁଣି ଭିତରକୁ ପଶିଯାଇଥିଲା। ଲୋକମାନେ ନାଗ ପାଇଁ କ୍ଷୀର ଆଣି ରଖିଥିଲାବେଳେ ତାକୁ ପାନ କରିଥିଲା। ସାପଟିକୁ ଦେଖିବା ପାଇଁ ପ୍ରବଳ ଭିଡ ହୋଇଥିଲା ବେଳେ ୩ ଫୁଟ ଲମ୍ବ ହେବ। କପିଳ ମୁନି ବସିଥିବା ଉଇ ହୁଙ୍କାଟି ଲିପାଯାଇ ପରିସ୍କାରପରିଛନ୍ନ ହୋଇଥିଲା ବେଳେ ହଠାତ୍ ଅପରାହ୍ନରେ ନାଗ ସାପର ଆର୍ବିଭାବ ନେଇ ସ୍ଥାନିୟ ଅଂଚଳରେ ବେଶ ଚାଞ୍ଚଲ୍ୟ ଖେଳିଯାଇଛି।

Leave a Reply

Your email address will not be published. Required fields are marked *