ମୁଣ୍ଡ ଟେକିଲା ଛାତ୍ର ଆନ୍ଦୋଳନ ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ଦାବିରେ

ରାୟଗଡା ତା-୦୮/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡ଼ା ଜିଲ୍ଲାରେ ଗୋଟିଏ ମାତ୍ର ଅତି ପୁରୁଣା ମହାବିଦ୍ୟାଳୟକୁ କାହିଁକି ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ଦିଆଯିବ ନାହିଁ ବୋଲି ଛାତ୍ର ଛାତ୍ରୀ ମାନେ କଲେଜ ମୁଖ୍ୟ ଫାଟକ ତାଲା ପକାଇବା ସହ ଧାରଣାଦେବା ସହ ନାନାବାଜି ସ୍ଲୋଗାନଦେଇ ଆନ୍ଦୋଳନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩୧ ତାରିଖ ଦିନ କଲେଜର ଭିତ୍ତିଭୂମି ବିକାଶ ପାଇଁ ଦେଢ଼ କୋଟି ଟଙ୍କାର ଅନୁଦାନ ପ୍ରଦାନ କଲେ। ତେବେ ଏତେ କମ୍ ଟଙ୍କାରେ ଭିତ୍ତିଭୂମି ବିକାଶ ସମ୍ଭବ ନୁହେଁ ବୋଲି ଆନ୍ଦୋନଳକାରୀ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିବା ସହ ରାୟଗଡ଼ା ଜିଲ୍ଲାର ଏହି ମହାବିଦ୍ୟାଳୟଟି ୫୩ବର୍ଷର ହୋଇଥିବା ବେଳେ ରାଜ୍ୟ ସରକାର କେବଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାନ୍ୟତା ଦେଇଛନ୍ତି। ହେଲେ କଲେଜ ପାଇଁ ଯେତିକି ଆନୁସଙ୍ଗିକ ବ୍ୟବସ୍ଥା କରିବା କଥା ସେଥି ପାଇଁ ଆଦୌ ଦୃଷ୍ଟି ଦେଉନାହାନ୍ତି। ତେବେ ତୁରନ୍ତ କଲେଜକୁ ସରକାରୀ ମାନ୍ୟତା ନଦେଲେ ଆଗକୁ ଛାତ୍ର ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁହାଯାଇଛି। ଏନେଇ କଲେଜ ଅଧ୍ୟକ୍ଷଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *