ମୁଣ୍ଡିଦାରେ ସପ୍ତାହବ୍ୟାପି ଭାଗବତ ପାରାୟଣ ଉଦ୍ଘାଟିତ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ମୁଣ୍ଡିଦା ଗ୍ରାମର ସୂର୍ଯ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ଦ୍ୱିତୀୟ ବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁନନା)ଙ୍କ ସଂଯୋଜନାରେ ପ୍ରଥମାଷ୍ଟମୀ ଶନିବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି। ଯାଜ୍ଞିକ ପଣ୍ଡିତ ନିରଞ୍ଜନ ଦାଶ(ଟୁଆଁନନା)ଙ୍କ ସଭାପତିତ୍ୱରେ ତିର୍ତ୍ତୋଲ ୧ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର, ସମିତିସଭ୍ୟା ପୁଷ୍ପିତା ଦାସ ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ରକ୍ରମରେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ୱଳନ କରି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସୂର୍ଯ୍ୟନାରାୟଣ ମନ୍ଦିର ସେବକ ଟିକିବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିଥିମାନଙ୍କୁ ଉପଢ଼ୌକନ ଓ ପୁଷ୍ୱମାଲ୍ୟ କର୍ତ୍ତା ରାକେଶ ରାଉତ ଅର୍ପଣ କରିଥିଲେ। ବିଶିଷ୍ଟ ନୃତ୍ୟଗୁରୁ ବସନ୍ତ ମହାନ୍ତି ବାଦ୍ୟକାର ଗୌରାଙ୍ଗ ଚରଣ ଗୋଛାୟତ ମଞ୍ଚରେ ଉପସ୍ଥିତ ଥିବାବେଳେ ପଣ୍ଡିତ ଦେବେନ୍ଦ୍ର କୁମାର ମିଶ୍ର, ପଣ୍ଡିତ ସଚ୍ଚିଦାନନ୍ଦ ପତି ଓ ପ୍ରବୀଣ କୁମାର ପଣ୍ଡା ବେଦମନ୍ତ୍ର ପାଠ କରିଥିଲେ। ସପ୍ତାହବ୍ୟାପି ଭାଗବତ ପାରାୟଣ ପ୍ରବକ୍ତାଭାବେ ସୁଶ୍ରୀ ସସ୍ମିତା ଦାଶ ସଂଧ୍ୟାରେ ପ୍ରବଚନ ପ୍ରଦାନ କରୁଛନ୍ତି। ଶଙ୍କର ଚରଣ ରାଉତଙ୍କ ମାର୍ଗଦର୍ଶନରେ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରବଚନ କାର୍ଯ୍ୟକ୍ରମ ଚାଲିବବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *