ମୁଡିଗାଡିରେ ଗଜେଂଇ ଚାଲାଣ,୪ ଗିରଫ ,ମିନି ଟ୍ରକ,ମଟରସାଇକେଲ ସହ ୬ କୁଇଂଟାଲ ଗଜେଂଇ ଜବତ

ମାଲକାନଗିରି,୧୪ା୧୧ (ଓଡିଆ ପୁଅ / ଏସ.ଦାଶ) ଅଭିନବ ଉପାୟରେ ମୁଡିଗାଡିରେ ଉତରପ୍ରଦେଶକୁ ଚୋରା ଗଜେଂଇ ଚାଲାଣକରୁଥିବା ସମୟରେ ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ହାତରେ ଦୁଇଜଣ ଧରାପଡିଛନ୍ତି,ଅନ୍ୟଏକ ଘଟଣାରେ  ମଟର ସାଇକେଲରେ ଦୁଇଜଣ ଯୁବକ ଚୋରା ଗଜେଂଇନେଇ ଯାଉଥିବାବେଳେ ସେମାନେ ମଧ୍ୟ ଗିରଫ ହୋଇଛନ୍ତି । ଆଜି ସକାଳେ ମାଲକାନଗିରି  ଜିଲ୍ଲାଅବକାରି ଅଧିକ୍ଷକ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରି ଇନିସପେକ୍ଟର ବିମ୍ବାଧର ପଣ୍ଡା,ପ୍ରମୋଦକୁମାର ବାଣୁଆ,ଜେମସ ମାଲଖମ୍ବ ସାହୁ,ଦିନେଶ କୁଅଁର ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ମାନେ ପେଟ୍ରୋଲିଂରେ ମାଥିଲି ଅଚଂଳକୁ ଯାଇଥିବା ବେଳେ ସେହି ରାସ୍ତାଦେଇ ଚିତ୍ରକୋଣ୍ଡା ଅଚଂଳରୁ ଏକ ହିରୋ ହୁଣ୍ଡା ସଡି ଡନ ମଟର ସାଇକେଲ ନଂ ଓଆର୧୦.ଏଚ୫୮୧୧ ଦୃତ ଗତିରେ ପଳାଉଥିବା ବେଳେ ତାକୁ ଗୋଡାଇ ଆମିଲପୁଟ ଠାରେ ଧରିଥିଲେ । ଦୁଇଜଣ ଯୁବକ ଙ୍କ ନିକଟରୁ ଏକ ବ୍ୟାଗ ମିଳିଥିଲା, ସେଥିରେ ୪୦କେଜି ଗଜେଂଇ ଥିବାର ଦେଖି ସେମାନଙ୍କୁ ଅବକାରି ବିଭାଗ ଗିରଫ କରିଥିଲେ । ସେଦୁଇଜଣ ହେଲେ ରାଜେନ୍ଦ୍ର ଖରା,ଭକ୍ତରାମ ହନ୍ତାଳ ଏମାନଙ୍କ ଘର ଚିତ୍ରକୋଣ୍ଡା ଥାନା ସ୍ଥ ଆରଏସି୬ ଗ୍ରାମରେ ସେମାନେ ଏହି ଗଜେଂଇ ଚିତ୍ରକୋଣ୍ଡା ଅଚଂଳରୁ ନେଇ ଗୋବିନ୍ଦପାଲିରେ ଜଣେ ବ୍ୟକ୍ତିଙ୍କୁ ଦେଇଥାନ୍ତେ, ଏହାବଦଳରେ ଏମାନଙ୍କୁ ସେହି ବ୍ୟକ୍ତି ମଜୁରୀ ବାବଦରେ ଟଙ୍କାଦେଇ ଥାନ୍ତେ ବୋଲି ଗିରଫ ଦୁଇବ୍ୟକ୍ତି ଅବକାରି ଅଧିକାରୀଙ୍କ ନିକଟରେ କହିଥିଲେ । ଅନୁରୁପ ଅବକାରୀ ବିଭାଗ କର୍ମଚାରି ମାନେ ପେଟ୍ରୋଲିଂ କରୁଥିବାବେଳେ ପୁଜାରିଗୁଡା ରାସ୍ତାଦେଇ ଏକ ନୂଆ ଅଶୋକା ଲେଲିନ ମିନି ଟ୍ରକ ଗାଡିଟି ଦୃତ ଗତିରେ ପଳାଇଥିଲା, ତାକୁ ଅଟକାଇବାରୁ ସେ ଗାଡିଟି ରହିନଥିଲା, ଅବକାରୀ ବିଭାଗ କର୍ମଚାରି ମାନେ ସେ ଗାଡିଟିକୁ ପିଛାକରି ଧରିଥିଲେ । ଗାଡିଟିରେ ମୁଡିବସ୍ତା ବୋଝେଇ ହୋଇଥିଲା । ଭଲଭାବରେ ଗାଡିଟିକୁ ଯାଚଂ କରିବାରୁ ମୁଡିବସ୍ତା ତଳେ ଗଜେଂଇ ବସ୍ତା ଲୁଚାଯାଇ ରଖାଯାଇଥିଲା । ସେଗାଡି ସହିତ ଦୁଇଜଣ ବ୍ୟକ୍ତିଙ୍କୁ ଅବକାରୀବିଭାଗ ପକ୍ଷରୁ ଗିରଫ କରା ଯାଇ ମାଲକାନଗିରିକୁ ଅଣାଯାଇ ମାଜଷ୍ଟ୍ରେଟ ତଥା ସହକାରି ଜିଲ୍ଲାପାଳ ଲଳିତ ମଣ୍ଡଳଙ୍କ ଉପସ୍ଥିତିରେ ଗାଡିରୁ ଗଜେଂଇ କଡା ଯାଇ ଓଜନକରା ଯାଇଥିଲା ,ମୁଡି ୪୦ବସ୍ତା ତଳେ ୨୪ଟି ବସ୍ତା ରେ ୫କୁଇଂଟାଲ ୬୦କେଜି ଗଜେଂଇ ଥିବାର ଜଣାପଡିଛି । ଏହି ଗାଡିରେ ଥିବା ମଧ୍ୟପ୍ରଦେଶ ସତନାମ ଅଚଂଳର ଶିବମଗୌତମ,ବିଷ୍ଣୁବର୍ମା ଏ ଦୁହେଁ ଓରକେଲ ଥାନାସ୍ଥ ସମୋନାଥପୁର ଗ୍ରାମରୁ  ମୁଡିବସ୍ତା ତଳେ ଗଜେଂଇ ବସ୍ତା ଲୋର୍ଡ କରି ଉତରପ୍ରଦେଶ କୁ ନେଉଥିବାର ଜଣାପଡିଛି । ଜିଲ୍ଲାଅବକାରି ବିଭାଗପକ୍ଷରୁ ୪ଜଣ ଯୁବକଙ୍କୁ ଗଜେଂଇ ଚାଲାଣ ଅଭିଯୋଗରେ ଗିରଫ କରା ଯାଇ କୋର୍ଟ ଚାଲାଣ କରାଯାଇଛି । ମାଲକାନଗିରି ଜିଲ୍ଲା ଅବକାରି ବିଭିଗ ପକ୍ଷରୁ ଗତକିଛି ଦିନହେଲା ନିୟମିତ ଭାବେ ବିଭିନ୍ନ ସ୍ଥାନ ଚଢାଉକରା ଯାଇ ଚୋରାଗଜେଂଇ,ମଦ ଜବତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *