ଓଡ଼ିଶା

ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବେ କି?

ଟିଟିଲାଗଡ଼ ୧୪/୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅବକାରୀ ବିଭାଗର ଅବଗତି ଓ ଦୁର୍ନୀତି ଖୋର ମନୋବୃତି ଯୋଗୁଁ ବ୍ୟାପକ ବେଆଇନ ମଦ ଓ ନା ନା ପ୍ରକାର ନିଶା କାରବାର ବୃଦ୍ଧି ପାଇବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଜିଲ୍ଲାର ଟିଟିଲାଗଡ ଓ ପାଟଣାଗଡ ଅଞ୍ଚଳରେ ଖୋଲା ଖୋଲି ଏହି ନିଶା କାରବାର ଚାଲିଛି। ବଲାଙ୍ଗୀର ସହରାଂଚଳର ଗଳିକନ୍ଦି ଏବଂ ଷ୍ଟାଣ୍ଡ ରେଳ ଷ୍ଟେସନ ଏପରିକି ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟରୁ ମାତ୍ର ସାମାନ୍ୟ କିଛି ଦୂରରେ ବିଭିନ୍ନ ମାଦକ ଦ୍ରବ୍ୟ ବିକ୍ରି ଚାଲିଛି। ନିଶା ବଟିକାଠାରୁ ନିଶା ସିରପ ଆଦି ବିକ୍ରି ଚାଲିଛି। ଘରେ ଘରେ କୁଟୀର ଶିଳ୍ପ ପରି ଦେଶୀ ମଦ ପାଉଚ ବିକ୍ରି କରି ଅର୍ଥ ରୋଜଗାର କରୁଥିବା ବେଳେ କେତେକ ଭାଟିରେ ବିନା ମହୁଲରେ ବିଭିନ୍ନ ପଛ ସଢ଼l ପାରିବା, ସହଜ ପତ୍ର ଓ ୟୁରିଆ ନାମକ ମାରାତ୍ମକ ସାର ମିଶେଇ ନିଶାଯୁକ୍ତ କରାଯାଉଛି। ସେହିପରି ପାଟଣାଗଡ ଓ ଟିଟିଲାଗଡରେ ଦେଶୀ ମଦ ଖୋଲା ଖୋଲି ବିକ୍ରି ଚାଲିଛି। ଜିଲ୍ଲାର ଟିଟିଲାଗଡ ଅବକାରୀ ବିଭାଗ କାର୍ଯ୍ୟାଳୟରେ ସର୍ବଦା ତାଲା ଝୁଲୁଥିବା ବେଳେ ମାସିକ ବଟି ନେଇ ପ୍ରଶୟ ଦିଆ ଯାଉଛି। ପ୍ରକାଶ ଯେ ଜିଲ୍ଲା ର ବିଭିନ୍ନ ସରକାରୀ ସ୍ଵୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନ ଗୁଡିକରେ ଛତିଶଗଡ଼ ରାଜ୍ୟ ରାୟପୁର ଠାରୁ ଚୋରାରେ ମଦ ବୋତଲ ଠିପି ଓ ଲେବୁଲ ଆଣି ଏକ ରଙ୍ଗ ମିଶେଇ ନକଲି ମଦ ବୋତଲ ମାନ ପ୍ରସ୍ତୁତି ଓ ବିକ୍ରି ଚାଲିଛି। ବିଗତ ଦିନରେ ଜନସେବା ଜିଲ୍ଲା ସଂଘ ତରଫରୁ ଲିଖିତ ଅଭିଯୋଗ କ୍ରମେ ଅବକାରୀ ବିଭାଗ କେତେକ ମଦ ଦୋକାନ ଚଢ଼ାଉ କରି ଉକ୍ତ ନକଲି ଲେବୁଲ ଓ ଠିପି ସାମଗ୍ରୀ ଜବତ କରି ମାମଲାକୁ ତଦନ୍ତ ଚାଲିଛି କହି ଚପେଇ ଦେଇଥିଲା। ଜିଲ୍ଲାରେ ଏହି ମଦ ପାନ କରି ଗୁରୁତର କୀଡ଼ନି ରୋଗରେ ପୀଡିତ ହୋଇ ଗତ ଏକ ମାସରେ ତେର ଜଣଙ୍କ ବିଷାକ୍ତ ମଦ୍ୟ ପାନ ଯୋଗୁଁ ମୃତ୍ୟୁ ଘଟିଥିବା ବେଳେ ଅନେକ ଶଯ୍ୟାସାୟୀ ହୋଇ ରହିଛନ୍ତି। ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଜନସେବା ସଂଘ ଦାବି କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top