ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଟାସ୍କ ଫୋର୍ସ କମିଟି ସୁପାରିଶର କାର୍ଯ୍ୟନ୍ୱୟନ ସମୀକ୍ଷା

– ମିଥ୍ୟା ସତ୍ୟପାଠ କରି ଜମି ନେଇଥିବା ଲୋକଙ୍କ ବିରୁଦ୍ଧରେ ଅପରାଧି କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ
– ପ୍ରକୃତ ହିତାଧିକାରୀଙ୍କୁ ଅଯଥା ଅସୁବିଧାରେ ନ ପକାଇବାକୁ ପରାମର୍ଶ
ଭୁବନେଶ୍ୱର, ୧୯-୧୨-୧୭ (ଓଡ଼ିଆ ପୁଅ) ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ଇଚ୍ଛାଧୀନ କୋଟା ଅନ୍ତର୍ଗତ ଜମି ଆବଣ୍ଟନ ବିଷୟରେ ତାରା ଦତ୍ତ ଟାସ୍କ  ଫୋର୍ସ କମିଟି ସୁପାରିଶର କାର୍ଯ୍ୟାନ୍ୱୟନ ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା କରିଛନ୍ତିା  ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅଶୋକ କୁମାର  ମୀନା ସଦ୍ୟତନ ତଥ୍ୟ ଓ ତତ୍ସମ୍ବନ୍ଧୀୟ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲୋ  କାର୍ଯ୍ୟାନ୍ୱୟନ ଅଗ୍ରଗତି ସମୀକ୍ଷା କରି ଯେଉଁ କେସ୍ଗୁଡ଼ିକରେ ଅପରାଧି କାର୍ଯ୍ୟର ଇଙ୍ଗିତ ରହିଛି ସେଗୁଡ଼ିକ ବିଷୟରେ  କ୍ରିମିନାଲ ପ୍ରୋସିଡିଂ ଆରମ୍ଭ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲୋ

ମିଥ୍ୟା ସତ୍ୟପାଠ ଦାଖଲ  କରି ଏକରୁ ଅଧିକ ପ୍ଲଟ୍ ନେଇଥିବା କିମ୍ବା ଦରଖାସ୍ତ ସମୟରେ ପ୍ରକୃତ ତଥ୍ୟକୁ ଲୁଚାଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ  ଅପରାଧମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ତାରା ଦତ୍ତଙ୍କ ରିପୋର୍ଟ ଅନୁସାରେ ସମସ୍ତ ଆବଣ୍ଟିତ ଜମିର ଏକ ମାଟି୍ରକ୍ସ ପ୍ରସ୍ତୁତ କରି  ପ୍ରତିଟି ଆବଣ୍ଟନର ବାସ୍ତବ ରୂପ ନିର୍ଦ୍ଧାରଣ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲାା ଏହି କାର୍ଯ୍ୟ ତ୍ୱରାନ୍ୱିତ କରି  ଚାରିମାସ ମଧ୍ୟରେ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲୋ  ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ବି.ଡି.ଏରେ ଇଚ୍ଛାଧୀନ କୋଟାରେ ପ୍ରାୟ ୭୯୦ଟି ପ୍ଲଟ୍ ଆବଣ୍ଟନ କରାଯାଇଥିଲାା  ସେଥି ମଧ୍ୟରୁ ପ୍ରାଥମିକ ଭାବେ ସନ୍ଦେହାତ୍ମକ ମନେ କରାଯାଉଥିବା ୩୩୨ଟି ଫାଇଲ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ନେଇଥିଲୋ  ବର୍ତ୍ତମାନ ସୁଦ୍ଧା ସେଥିରୁ ୪୮ଟି ଅନୁସନ୍ଧାନ ସରିଛିା ୪୬ଟି କେସ୍ ଦୋଷମୁକ୍ତ ଥିବାର ଜଣାପଡ଼ିଛି ଏବଂ ଅନ୍ୟ ଦୁଇଟି କେସ୍ରେ  ଅପରାଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛିା

ସେହିପରି ଅନ୍ୟ କେସ୍ଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉଛିା  ତଦନ୍ତ ପ୍ରକ୍ରିୟା ବହୁମୁଖୀ ହୋଇଥିବାରୁ ଏହା ସମୟସାପେକ୍ଷ ହେବ ବୋଲି ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀମାନେ  ଜଣାଇଥିଲୋ  ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ତୁହିନ୍କାନ୍ତ ପାଣ୍ଡେ, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ  ଅଶୋକ କୁମାର ମୀନା, ନଗର ଓ ଗୃହ ଉନ୍ନୟ ବିଭାଗର ଶାସନ ସଚିବ ଶ୍ରୀ ଜି. ମାଥିଭାଥନନ୍, ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ  ଦେବାଶିଷ ପାଣିଗ୍ରାହୀ, ମାହାଲ ନିର୍ଦ୍ଦେଶକ ଶ୍ରୀ ଦେବେନ୍ଦ୍ର ମହାପାତ୍ର, ବି.ଡି.ଏର ଉପାଧ୍ୟକ୍ଷ ଶ୍ରୀ କ୍ରିଷନ୍ କୁମାରଙ୍କ ସମେତ  ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲୋ

Leave a Reply

Your email address will not be published. Required fields are marked *