ଜିଲ୍ଲା ପରିକ୍ରମା

ମୁଖ୍ୟ ବନସଂରକ୍ଷକ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ,ପ୍ରାକୃତିକ ପର୍ଯ୍ୟଟନସ୍ଥଳି ପରିଦର୍ଶନ

ମାଲକାନଗିରି,୧୯ା୨(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାକୁ କୋରାପୁଟ ମଣ୍ଡଳର ମୁଖ୍ୟ ବନ ସଂରକ୍ଷକ ଶ୍ରୀ ପି.କେ. ମଲିକ ତିନିଦନିଆ ଗସ୍ତରେ ଆସି ଜିଲ୍ଲାରେ ବନବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ସହ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି । ପ୍ରଥମେ ଜିଲ୍ଲାର ପ୍ରବେସ ଦ୍ୱାର ଗୋବିନ୍ଦପାଲି, ମାଥିଲି,ବନାଚଂଳ ର କାର୍ଯ୍ୟ ପରିଦର୍ଶନ କରି ପରେ ମାଲକାନଗିରି ବନାଚଂଳ ପରିଦର୍ଶନ କରିଥିଲେ । ଜଙ୍ଗଲ ସଂପଦର ଅଭିବୃଦ୍ଧି,ଜଙ୍ଗଲ ଅପରାଧ,ଅଗ୍ନି ନିରୋଧକ ବ୍ୟବସ୍ଥା ସହ  ହବନବିଭାଗର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କରିଥିଲେ ।

ସତିଗୁଡା ପ୍ରାକୃତିକ ପର୍ଯ୍ୟଟନସ୍ଥଳି ପରିଦର୍ଶନ କରି ସେଠାରେ ପାନୀୟଜଳ, ଆଲୋକସଜା, ଶିଶୁଉଦ୍ୟାନ,ପର୍ଯ୍ୟଟକଙ୍କ ରାତ୍ର ରହଣିପାଇଁ ଡାକବଙ୍ଗଳା,ଭିୟୁ ପଏଟଂ,ପର୍ଯ୍ୟଟନ ସ୍ଥଳି ସ୍ଥଳରେ ସି.ସି.କ୍ୟାମେରା ବ୍ୟବସ୍ଥା ସହ ସତିଗୁଡା ଓ ଯଦୁଗୁଡା ପ୍ରାକୃତିକ ପରିବେଷିୟ ପର୍ଯ୍ୟଟନସ୍ଥଳି କୁ ଅତ୍ୟଧୁନିକ କରିବା ପାଇଁ ଡିଏଫଙ୍କୁ  ଆଲୋଚନା କରିଥିଲେ । ବାଲିମେଳା, ଚିତ୍ରକୋଣ୍ଡା,ଖଇରପୁଟ, କୁଡୁମୁଲୁଗୁମ୍ମା,ମୋଟୁ, କାଲିମେଳା ବନାଚାଂଳ ସହିତ ଜିଲ୍ଲାରେ ଥିବା ୬ଟି ବନବିଭାଗ ରେଜଂ ଅଫିସ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟବୁଲିଦେଖିଥିଲେ ।ମୁଖ୍ୟବନସଂର କ୍ଷକ ଙ୍କ ସହିତ ମାଲକାନଗିରି ଜିଲ୍ଲା ଡିଏଫ ଦାଇତ୍ୱରେ ଥିବା ଜୟପୁର ଡିଏଫଓ ଅଶ୍ୱିନୀକୁମାର କର,ସହାକତରି ବନସଂରକ୍ଷକ ଶ୍ରୀକାନ୍ତନାୟକ,ଏସିଏଫଓ ଜଗଦିଶ ପଟନାୟକ,ମାଲକାନଗିରି ରେଜଂର ବାସୁଦେବନାୟକ,ରେଜଂର ରାମଚନ୍ଦ୍ର ମାଡକାମି,ରେଜଂର ମନଖରା,ଙ୍କ ସହିତ ଅନ୍ୟାନ ରେଜଂର, ବନପାଳ, ଓ ବନକର୍ମଚାରି ମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top