ଜିଲ୍ଲା ପରିକ୍ରମା

ମୁଖ୍ୟ ଚିକିତ୍ସାଳୟରେ ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାରର ପୁନଃ ପରୀକ୍ଷା

ଭଦ୍ରକ, ୨୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ମୁଖ୍ୟ ଚିକିସôାଳୟରେ ଡିଆଇସି ଠାରେ  ସରକାରଙ୍କ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନା ପକ୍ଷରୁ କଟକ ଶଶିଭୂଷଣ  ମେମୋରିଆଲ ହସ୍ପିଟାଲ ସହଯୋଗରେ ଜିଲା ମୁଖ୍ୟ ଚିକିସ୍ôାଧିକାରୀ ଡ. ମହମ୍ମଦ ଅବଦୁଲ ରସିଦଙ୍କ ଅଧ୍ୟକ୍ଷତାରେ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର ପରବର୍ତ୍ତୀ ପରାମର୍ଶ ଏବଂ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ ଅଧୀନ ୧୮ ବର୍ଷ ପର୍ଯ୍ୟନ୍ତ ଅସ୍ତ୍ରୋପଚାର କରାଯାଇଥିବା ୫୩ଜଣ ରୋଗୀଙ୍କ ପୁନଃ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨୩ଜଣଙ୍କର ପୁନର୍ବାର ଅସ୍ତ୍ରୋପଚାର କରାଯିବାର ସ୍ଥିର କରାଯାଇଛି । ଏହି ପରୀକ୍ଷାକେନ୍ଦ୍ରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଚିକିସ୍ôାଧିକାରୀ ଡ. ଗୌରଚନ୍ଦ୍ର ଜେନା, ଡ. ପ୍ରଦୀପ କୁମାର ଖୁଣ୍ଟିଆ, ଡ. ମୁରଲୀ ପାଢୀ, ଜିଲା ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଡିପିଏମ ସରୀତା ମହାପାତ୍ର, ରତିକାନ୍ତ ପଣ୍ଡା ଉପସ୍ଥିତ ଥିଲେ । ବିଏମଏସ ହସ୍ପିଟାଲରୁ ଆସିଥିବା ପ୍ଲାଷ୍ଟିକ ସର୍ଜନ ଆଶିଷ ପଟ୍ଟନାୟକଙ୍କ ଦ୍ୱାରା ଏହି ପରୀକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଶାନ୍ତ ପାତ୍ର, ରାଜେନ୍ଦ୍ର ସାମନ୍ତ ଓ ଶ୍ରବଣ ଚିକିସତ୍ସ କ ଦୁଷ୍ମନ୍ତ କୁମାର ମହନ୍ତ ଏହାକୁ ସହଯୋଗ କରିଥିଲେ । ଆରବିଏସକେ ପରିଚାଳକ ରଞ୍ଜନ କୁମାର ମିଶ୍ର, ମନସ୍ତତ୍ତ୍ୱବିତ ଲିପିକା ପ୍ରଧାନ, ସରୋଜ କୁମାର ମହାରଣା, ଲିପ୍ତିରାଣୀ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top