ଖେଳ

ମୁଖ୍ୟ କେନାଲର ପୁନର୍ରୁଦ୍ଧାର

ଯାଜପୁର-୧୨/୫(ଓଡିଆ ପୁଅ/ଏ.ରାଉତ)ଯାଜପୁରର ମୁଖ୍ୟ କେନାଲର ପୁନର୍ରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଅଗ୍ରଗତି ଦେଖିବାକୁ ମିଳିଛି। ଷଠିପୁର ନିକଟ ଖରସ୍ରୋତା ନଦୀରୁ ବାହାରିଥିବା ଏହି କେନାଲ ଯାଜପୁର ସହର ଦେଇ ଜିଲାର ଅନ୍ୟପ୍ରାନ୍ତକୁ ପ୍ରବାହିତ ହୋଇଛି। ଏହି କେନାଲ ଫଳରେ ହଜାରହଜାର ହେକ୍ଟର ଜମି ଜଳପ୍ଲାବିତ ହୋଇ ଚାଷରେ ବ୍ୟପକ ଅଗ୍ରଗତି ହୋଇଥାଏ। କିଛିବର୍ଷ ହେଲା ଏହି ମୁଖ୍ୟ କେନାଲର ପୁନର୍ରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲାବେଳେ ଷଠିପୁର ଠାରୁ ଯାଜପୁର କିଆନାଳି ପର୍ଯ୍ୟନ୍ତ କେନାଲର ଉଭୟ ପଟେ ଢଳେଇ ବାଡା ଦିଆଯାଇ ସାରିଥିଲାବେଳେ କିଆନାଳି ନିକଟରୁ ମାନସାପୋଲ ଦେଇ ଯାଇଥିବା କେନାଲର ପୁନର୍ରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। କେନାଲର ଉଭୟ ପାଶ୍ୱର୍ରେ ଢଳେଇ ବାଡା କାର୍ଯ୍ୟ ଆରମ୍ଭ ହୋଇଥିଲାବେଳେ କେନାଲର ଗର୍ଭକୁ ମଧ୍ୟ ସଫା କରାଯାଇଛି। ଏହା ଦ୍ୱାରା କେନାଲରେ ଜଳ ପ୍ରବାହ ସୁଗମ ହେବା ସହିତ କେନାଲର ଉଭୟ ପଟ ରାସ୍ତା ପ୍ରଶସ୍ଥ ହୋଇ ପାରିବ। ପୂର୍ବରୁ କେନାଲ କୂଳ ରାସ୍ତାରେ ବାଡା ନଥିବାରୁ ଏହା ପଥଚାରୀଙ୍କ ପାଇଁ ବିପଦର କାରଣ ହୋଇଥିଲାବେଳେ ନୂତନ ନିର୍ମାଣ ସମୟରେ ବାଡା ନିର୍ମାଣ ହେବାକୁ ଯାଉଥିଲାବେଳେ ଏହା ପଥଚାରୀଙ୍କ ପ୍ରତି ଥିବା ବିପଦକୁ ମଧ୍ୟ ଦୂର କରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top