ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଭଦ୍ରକ ଜିଲାର ୧୫ ପ୍ରକଳ୍ପକୁ ମିଳିଲା ପ୍ରଶାସନିକ ଅନୁମୋଦନ

ଭଦ୍ରକ, ୧୪ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଭଦ୍ରକ ଜିଲାର ୧୫ଟି ରାସ୍ତା ନିର୍ମାଣ ପାଇଁ ମିଳିଛି ପ୍ରଶାସନିକ ଅନୁମୋଦନ । ଏଥିପାଇଁ ୨୪ କୋଟି ୧୧ ଲକ୍ଷ ଟଙ୍କାର ବ୍ୟୟ ବରାଦ ମଧ୍ୟ ହୋଇଛି । ସରକାର ରାଜ୍ୟର ୩୦ଟି ଯାକ ଜିଲାର ୩୨୦ ପ୍ରକଳ୍ପକୁ ଅନୁମୋଦନ କରିଥିବା ବେଳେ ସେଥିରୁ ଭଦ୍ରକର ୧୫ଟି ରାସ୍ତା ରହିଛି । ୫ ଶହରୁ କମ୍ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ଯେଉଁଠାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉନାହିଁ ସେସବୁ ଗ୍ରାମକୁ ବ୍ଲକ ଅଥବା ପଞ୍ଚାୟତ ସଦରମହକୁମା ସହିତ ସଂଯୋଗ କରିବା ଲାଗି ଏହି ଯୋଜନାରେ ପ୍ରୟାସ କରାଯାଉଛି । ବିଭାଗୀୟ ସୂଚନାନୁଯାୟୀ, ଭଦ୍ରକ ନିର୍ବାଚନ ମଣ୍ଡଳୀର ଜାତୀୟ ରାଜପଥରୁ ବିଭୁତିପୁରକୁ ସଂଯୋଗ ଲାଗି ୨ କିମି ରାସ୍ତା ଏହି ଯୋଜନାରେ ନିର୍ମାଣ ହେବ । ଏଥିଲାଗି ୧ କୋଟି ୧୪ ଲକ୍ଷ ଟଙ୍କା ବରାଦ ହୋଇଛି । ସେହିଭଳି ଉକ୍ତ ବ୍ଲକର ନନ୍ଦକାନ୍ଦର୍ପରୁ କହ୍ନେଇବିନ୍ଧା ୨ କିମି ରାସ୍ତା ନିର୍ମାଣ ଲାଗି ୧ କୋଟି  ୩୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ବଣିଆରୁ ଚନ୍ଦନପୁର ୪ କିମି ରାସ୍ତା ନିର୍ମାଣ ଲାଗି ୨କୋଟି ୨୬ ଲକ୍ଷ ଟଙ୍କା ବରାଦ ହୋଇଛି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବଡରାମପୁର ଗ୍ରାମକୁ ସଂଯୋଗ ଲାଗି ୩ କିମି ରାସ୍ତା ନିର୍ମାଣ ହେବ । ଏଥିଲାଗି ୨କୋଟି ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଉକ୍ତ ବ୍ଲକର ମନ୍ତଗଡିଆ ଗ୍ରାମକୁ ସଂଯୋଗ ଲାଗି ୨.୫ କିମି ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହୋଇଛି ୧ କୋଟି ୫୩ ଲକ୍ଷ । ସେହିରି ନରାଜପୁର ଗ୍ରାମକୁ ସଂଯୋଗ ଲାଗି ନିର୍ମାଣ ହେବାକୁ ଥିବା ୨.୫ କିମି ରାସ୍ତା ଲାଗି ୧ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଏଲ-୨୪ରୁ ଉତରାସାହିକୁ ସଂଯୋଗ ଲାଗି ୪ କିମି ରାସ୍ତା ନିର୍ମାଣ ହେବ । ଏଥିଲାଗି ୨ କୋଟି ୬୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ଶ୍ୟାମଦାସପୁରକୁ ୧.୮ କିମି ରାସ୍ତା ସଂଯୋଗ ଲାଗି ୧ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସେହପରି ସାନପଙ୍କି ଗ୍ରାମକୁ ସଂଯୋଗ ଲାଗି ୧ କିମି ରାସ୍ତା ନିର୍ମାଣ ପାଇଁ ୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପୂର୍ତ ବିଭାଗ ରାସ୍ତାରୁ କୁରୁବାଟିଆ ଗ୍ରାମକୁ ସଂଯୋଗ ଲାଗି ୨.୮୨ କିମି ରାସ୍ତା ନିର୍ମାଣ ହେବ । ଏଥିଲାଗି ମଞ୍ଜୁର ହୋଇଛି ୨ କୋଟି ୩୨ ଲକ୍ଷ । ସେହିପରି କାଳୀଦାସପୁରରୁ କମାରିଗଡିଆ ଯାଏ ୧.୨୦ କିମି ରାସ୍ତା ନିର୍ମାଣ ଲାଗି ମଞ୍ଜୁର ହୋଇଛି ୭୦ଲକ୍ଷ ଟଙ୍କା । ସେହିପରି ପୂର୍ତ ବିଭାଗ ରାସ୍ତାରୁ କାନ୍ଥି ୁର ଯାଏ ୩ କିମି ରାସ୍ତା ନିର୍ମାଣ ଲାଗି ମଞ୍ଜୁର ହୋଇଛି ୧ କୋଟି ୭୬ ଲକ୍ଷ ଟଙ୍କା । ସେହିପରି ଧାମନଗର ନିର୍ବାଚନ ମଣ୍ଡଳୀର ଇଟୁଆ ଗ୍ରାମକୁ ସଂଯୋଗ ଲାଗି ନିର୍ମାଣ ହେବାକୁ ଥିବା ୧.୨୦ କିମି ରାସ୍ତା ଲାଗି ମଞ୍ଜୁର ହୋଇଛି ୭୦ ଲକ୍ଷ ଟଙ୍କା । ସେହିପରି ଟଇସିଏସ ଇଚ୍ଛାପୁର ଗ୍ରାମକୁ ସଂଯୋଗ ଲାଗି ୨.୯୫ କିମି ରାସ୍ତା ତିଆରି ହେବ ଯାହା ପାଇଁ ବରାଦ ହୋଇଛି ୨ କୋଟି ୩୩ ଲକ୍ଷ ଟଙ୍କା । ସେହିପରି କସଟିରୁ ବାରିକପୁର ଯାଏ ଅଧ କିମି ରାସ୍ତା ନିର୍ମାଣ ଲାଗି ୨ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଗ୍ରାମ୍ୟ ନିର୍ମାଣ  ବିଭାଗ(ଆରଡି)ର ଯନ୍ତ୍ରୀମୁଖ୍ୟ ତାଙ୍କ ଚିଠି ନଂ ୯୧୨୩ ମୂଳେ ଭଦ୍ରକର ଡିଭିଜନ-୧ ଓ ଡିଭିଜନ-୨ ନିର୍ବାହୀ ଯନ୍ତ୍ରୀଙ୍କୁ ଉପରୋକ୍ତ ୧୫ଟି ରାସ୍ତାର ପ୍ରଶାସନିକ ଅନୁମୋଦନ ସଶ୍ଛକୟଙ୍କର ଜଣାଇଛନ୍ତି । ଏଥିସହିତ ତୁରନ୍ତ ସମସ୍ତ ରାସ୍ତାର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି । ରିପୋର୍ଟ ପ୍ରସ୍ତୁତ ପରେ ନିର୍ମାଣ ଲାଗି ଟେଣ୍ଡର ଡକାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *