ad
ଓଡ଼ିଶା

ମୁଖ୍ୟମନ୍ତ୍ରୀ ଶତାଦ୍ଦୀର ସବୁଠୁ ବଡ ପ୍ରତାରଣା କରିଛନ୍ତି :ବିଜେପି

ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ସବୁ ପ୍ରତିଶୃତି ପୂରଣ ହୋଇଛି କହିବା ପ୍ରସଙ୍ଗରେ
ଭୁବନେଶ୍ୱର, ତା୦୫/୦୩ (ଓଡ଼ିଆ ପୁଅ): ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓଡିଶା ଲୋକଙ୍କୁ ପ୍ରତାରଣ କରିଆସିଛନ୍ତି। କେବଳ ମିଛ ପ୍ରତିଶୃତିର ପାହାଡ ଉପରେ ଓଡିଆ ଲୋକଙ୍କୁ ଠିଆ କରାଇ ଠକିଛନ୍ତି। ୨୦୧୪ରେ ବିଜୁ ଜନତା ଦଳ ପ୍ରତିଶୃତି ଦେଇଥିବା ପ୍ରତିଶୃତି ପାଳନ ନକରି କେବଳ ପ୍ରତାରଣା କରିଛି। ଆଜି ମନ୍ତ୍ରୀ ପରିଷଦ ବୈ÷ଠକରେ ମୁଖ୍ୟମନ୍ତ୍ରୀ ସବୁ ପ୍ରତିଶୃତି ପୂରଣ ହୋଇଛି କହି ମୁଖ୍ୟମନ୍ତ୍ରୀ ଶତାଦ୍ଦୀର ସବୁଠୁ ବଡ ପ୍ରତାରଣା କରିଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଶାସକ ବିଜେଡି ୨୦୧୪ ମସିହାରେ ଚିଟ ଫଣ୍ଡ ପଇସା ଫେରାଇବ ବୋଲି କହିଥିଲା। କିନ୍ତୁ ସେହି ଅର୍ଥ ଆଜି ପର୍ଯ୍ୟନ୍ତ ଜମାକାରୀ ପାଇଲେ ନାହିଁ। ୨୦୦୯ ଇସ୍ତାହାରରେ ବିଜୁ ଜନତା ଦଳ କହିଥିଲା ଗ୍ରାମାଚଂଳରେ ପ୍ରତି ୫ହଜାର ପରିବାର ପାଇଁ ଏକ ସ୍ୱୟଂ ସଂପୂର୍ଣ୍ଣ ଚିକିତ୍ସାଳୟ ପ୍ରତିଷ୍ଠା ହେବ। ରାଜ୍ୟରେ ପ୍ରତି ୨୪, ୦୬୯ ଜନସଂଖ୍ୟାରେ ଗୋଟିଏ ଡାକ୍ତରଖାନା ଅଛି। ଏହି ଡାକ୍ତରଖନା ଗୁଡିକ କେତେ ସ୍ୱୟଂ ସମ୍ପୃର୍ଣ୍ଣ ତାହା ଓଡିଶାବାସୀ ଜାଣନ୍ତି। ସେହିପରି ସରକାର କହିଥିଲେ ସବୁଜିଲ୍ଲା ଓ ବ୍ଲକ ସ୍ତରରେ ରକ୍ତଭଣ୍ଡାର ଖୋଲାଯିବ। ପ୍ରତି ବ୍ଲକରେ ଭ୍ରାମ୍ୟମାଣ ଡାକ୍ତରଖାନା ପ୍ରତିଷ୍ଠା ହେବ। ହେଲେ କୁଆଡେ ଗଲା ସେ ପ୍ରତିଶୃତି ମୁଖ୍ୟମନ୍ତ୍ରୀ ଉତର ଦେବେ କି।

ଶାସକ ବିଜେଡି ପ୍ରତିଶୃତି ଦେଇଥିଲେ ସବୁ ଡାକ୍ତର ପଦବୀ ପୁରଣ କରିବୁ। ହେଲେ ରାଜ୍ୟରେ ବର୍ତମାନ ୬୫୩୬ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୩୪୦୩ ଟି ପଦବୀରେ ଡାକ୍ତର ଅଛନ୍ତି। ବାକି ୩୧୩୩ ଟି ପଦବୀ ଏଯାବତ୍ ଖାଲି ପଡିଛି। ଜଳସେଚନ ବିଭାଗକୁ ଦୀର୍ଘ ବର୍ଷ ଧରି ନିଜ ଅଧୀନରେ ରଖି ମଧ୍ୟ ଆଡି ପର୍ଯ୍ୟନ୍ତ ସବୁ ଜମିକୁ ଜଳସେଚିତ କରିପାରିଲେ ନାହିଁ। ୨୦୦୦ରେ ୨୫%, ୨୦୦୪ରେ ଆହୁରି ଅଧିକ ୨୫%, ୨୦୧୪ରେ ୧୦ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଦେବେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କହିଥିଲେ। ଏ ସବୁକୁ ମିଶେଇ ଦେଲେ ଆଜି ଓଡିଶାର ଜଳସେଚନ ଆଜି ୮୦% ରେ ପହଂଚିଥାନ୍ତା। ରାଜ୍ୟରେ ମୋଟ ଚାଷଜମିର ୨୯% ଚାଷଜମି ହେଉଛି ମୁଖ୍ୟ ଫସଲ ଜଳସେଚିତ ଜମି। ୧୯୮ ବ୍ଲକରେ ମାତ୍ର ୩୫% ଜଳସେଚନ ଲକ୍ଷ୍ୟ ପୁରଣ ହୋଇଛି। କୁଆଡେ ଗଲା ସେ ପ୍ରତିଶୃତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

୨୦୧୪ ନିର୍ବାଚନ ଇସ୍ତାହାରରେ ଶାସକ ବିଜେଡି ପିପିପି ମୋଡ଼ରେ କୃଷି ଉତ୍ପାଦନର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ପାଇଁ ପ୍ରତିଶୃତି ଦେଇଥିଲେ। ମୋଟ ୩୩ଟି କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର ଅଛି ଏବଂ ଯେଉଁ ୬ଟି ଅଧିକ ଶୀତଳ ଭଣ୍ଡାରକୁ ୨୦୧୬ ମସିହାରେ ଚାଲୁ କରାଗଲା ସେସବୁ ହେଉଛି ବେସରକାରୀ। ଶୀତଳ ଭଣ୍ଡାର ବସାଇଥିବା ଉଦ୍ୟୋଗ ମାନୀ ଏବେ ଋଣ ଭାରରେ ଅଛନ୍ତି। ମୁଖ୍ୟମନ୍ତ୍ରୀ କେତେ ଶୀତଳ ଭଣ୍ଡାର ନିର୍ମାଣ କରିଛନ୍ତି ତାହାର ହିସାବ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

୨୦୧୪ରେ ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ ବୋଲି ବିଜେଡି ପ୍ରତିଶ୍ରୁତି ଦେଇଥିଲା। କେତେ ଲୋକଙ୍କୁ ପକ୍କା ଘର ମିଳିଛି ତାର ହିସାବ ଦିଅନ୍ତୁ। ଜନପରାମର୍ଶ ଯାତ୍ରା ବେଳେ ଆମେ ଯୁଆଡେ ଯାଉଥିଲୁ ସବୁଠି ଗୋଟିଏ କଥା ଶୁଣିବାକୁ ପାଇଲୁ କି ଆମକୁ ପକ୍କା ଘର ମିଳିନି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାର୍ଷୀକ ୩୦୦୦ କୋଟିରୁ ଅଧିକ ଅର୍ଥ ମିଳୁଥିବାବେଳେ ସରକାର କିନ୍ତୁ ତାକୁ କାର୍ଯ୍ୟାନ୍ୱୟନ କରିବାରେ ସମ୍ପୃର୍ଣ୍ଣ ବିଫଳ ହୋଇଛନ୍ତି।

ସେହିପରି ବିଜେଡିର ୨୦୧୪ ନିର୍ବାଚନ ଇସ୍ତାହାରରେ କହିଥିଲେ ସହରରେ ଗୋଟିଏ ବି ପରିବାର ବିନା ପକ୍କାଘରରେ ରହିବେ ନାହିଁ। ଯାହାର ନିଜସ୍ୱ ଜାଗା ନାହିଁ ସେହି ପରିବାରକୁ ସରକାର ଜାଗା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ଏତେ ସବୁ ଘୋଷଣା ସତ୍ୱେ ବି ଏ ସରକାର ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଯୋଗାଇବାରେ ସମ୍ପୃର୍ଣ୍ଣ ବିଫଳ। ଘୋଷଣା କରିଥିଲେ ୨ ଲକ୍ଷ ବସ୍ତି ପରିବାରକୁ ଜମି ପଟ୍ଟା ଏବେ ସୁଦ୍ଧା ମାତ୍ର ୬୫୦୦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ମିଳିଛି। ମୁଖ୍ୟମନ୍ତ୍ରୀଙ୍କର ବସ୍ତିବାସିନ୍ଦାଙ୍କ ପାଇଁ କରିଥିବା ଘୋଷଣାର ସଫଳତା ହାର ହେଉଛି ମାତ୍ର ୩ ପ୍ରତିଶତ। ବିଜୁ ଜନତା ଦଳ ପ୍ରତିଶୃତି ଦେଇଥିଲା ସବୁ ପରିବାରକୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ରାଜ୍ୟରେ ଗ୍ରାମାଚଂଳରେ ମୋଟ ବାସଗୃହ ସଂଖ୍ୟାର ମାତ୍ର ୨% ପରିବାରକୁ ପାଇପ ସଂଯୋଗ ହୋଇପାରିଛି। ଚାଷୀଙ୍କ ପାଇଁ ନବିନ ବାବୁଧାନ କ୍ୱିଂଟାଲ ପିଛା ୧୦୦ ଟଙ୍କାର ବୋନସ ଦେବେ ବୋଲି ବରଗଡ ଜିଲ୍ଲା ସୋହେଲାରେ କହିଥିଲେ। ସେ ପ୍ରତିଶୃତି ପୁରଣ ହେଲା କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top