ad
ଓଡ଼ିଶା

ମୁଖ୍ୟମନ୍ତ୍ରୀ ମୋଦିଙ୍କ ଉପରେ ରାଗ ରଖନ୍ତୁ କିନ୍ତୁ ରାଜ୍ୟର ଶ୍ରମଜୀବୀଙ୍କ ଉପରେ ନୁହେଁ- ଧର୍ମେନ୍ଦ୍ର ପ୍ରଧାନ

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ରଖିଲେ କେନ୍ଦ୍ରମନ୍ତ୍ରୀ
– ମୋଦିଙ୍କ ଗରିବ କଲ୍ୟାଣ ଯୋଜନା ଓଡିଶାରେ ଲାଗୁ ନହେବା ରାଜ୍ୟ ସରକାରଙ୍କ ଗରିବ ବିରୋଧୀ ମନସ୍ଥିତିର ପରିଚୟ
– ଲୋକଙ୍କ ପାଇଁ ରାଜ୍ୟ ସରକାର ବିରୋଧର ନୁହେଁ ସହଯୋଗର ହାତ ବଢାନ୍ତୁ
– ମୁଖ୍ୟମନ୍ତ୍ରୀ ଓଡିଶା ଲୋକଙ୍କ ପାଇଁ ଅଛନ୍ତି ନା ଓଡିଆ ଲୋକଙ୍କ ଉପରେ ଦାଉ ସାଧିବା ପାଇଁ ଅଛନ୍ତି
– ରାଜ୍ୟ ଶ୍ରମ ସଚିବ ଅନୁ ଗର୍ଗଙ୍କୁ ତାଲିକା ଦେବାରେ ସହଯୋଗ ମାଗାଯାଇଥିବା ବେଳେ ସେ ଓଡିଶା ସରକାରଙ୍କ ଅନୁମତି ମାଗିଥିବା ପ୍ରକାଶ କରିଛନ୍ତି

ଭୁବନେଶ୍ୱର, ୦୫ ମାର୍ଚ୍ଚ (ଓଡ଼ିଆ ପୁଅ) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରାଗ ରଖନ୍ତୁ କିନ୍ତୁ ରାଜ୍ୟର ଶ୍ରମଜୀବୀଙ୍କ ଉପରେ ନୁହେଁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଶ୍ରମ ବିଭାଗର ଅଧିକାରୀମାନେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗକୁ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନାରେ ଓଡିଆ ହିତାଧିକାରୀଙ୍କୁ ସାମିଲ ମାମଲାରେ ଅସହଯୋଗ କରୁଛନ୍ତି। କେନ୍ଦ୍ର ଶ୍ରମ ବିଭାଗ ଅଧିକାରୀମାନେ ରାଜ୍ୟ ଶ୍ରମ ସଚିବ ଅନୁ ଗର୍ଗଙ୍କୁ ତାଲିକା ଦେବାରେ ସହଯୋଗ ମାଗିବା ବେଳେ ସରକାରଙ୍କ ଅନୁମତି ସେ ମାଗିଛନ୍ତି ବୋଲି କହିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗ ବିନା ଓଡିଶାର ୨ କୋଟି ଶ୍ରମଜୀବୀ କିପରି ଲାଭ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ତରଫରୁ ଶ୍ରମିକ ସମାଜ ପାଇଁ ତଥା ବିଶେଷତଃ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା କୃଷି ଶ୍ରମିକ, ଆଶା ଦିଦି, ଅଙ୍ଗନବାଡି, ଠେଲା ବାଲା, ବାରିକ, ପେପର, ଖଣିରେ କାମ କରୁଥିବା ଲୋକ, ନିର୍ମାଣ ଶ୍ରମିକ, ରିକ୍ସା ଚାଳକଙ୍କ ଲାଭ ପାଇଁ ରାଜ୍ୟ ସରକାର ସହଯୋଗ କରନ୍ତୁ। ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ରାଜ୍ୟ ସରକାରଙ୍କ ଠାରୁ ଟଙ୍କାଟିଏ ମଧ୍ୟ ସହଯୋଗର ଅପେକ୍ଷା ନାହିଁ। ଓଡିଶାରେ କୌଣସି ପେନସନ ଯୋଜନା ୩ ହଜାର ଟଙ୍କାର ଲାଗୁ ହୋଇନାହିଁ। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଯେଉଁ ଭୟର ବାତାବରଣ ତିଆରି କରିଛନ୍ତି କେବଳ ତାଙ୍କ ପ୍ରଶଂସା ହେବ, ଭାରତ ସରକାରଙ୍କ କୌଣସି ଗରିବ କଲ୍ୟାଣକାରୀ ଯୋଜନା ଓଡିଶାରେ ଲାଗୁ ନହେବା ପରି ପରିସ୍ଥିତି ସେ ସୃଷ୍ଟି କରିଛନ୍ତି। ଏହା ପ୍ରଜାତନ୍ତ୍ରରେ ଘୋର ନିନ୍ଦନୀୟ ଏବଂ ଗରିବ ବିରୋଧୀ ମନସ୍ଥିତିର ପରିଚୟ। ଶ୍ରୀ ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରି କହିଛନ୍ତି ଯେ ଶ୍ରମୟୋଗୀ ଯୋଜନାରେ ଓଡିଶାର ୨ କୋଟି ଲୋକ ଲାଭାର୍ଥୀ ହେବେ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରାଗ ରଖିପାରନ୍ତି, କିନ୍ତୁ ଶ୍ରମ ବର୍ଗର ଲୋକଙ୍କ ଉପରେ ନୁହେଁ। ଏଥିରେ ରାଜ୍ୟ ସରକାର ବିରୋଧର ନୁହେଁ ସହଯୋଗର ହାତ ବଢାଇବା ଦରକାର। ଓଡିଶା ସରକାରଙ୍କ ଅସହଯୋଗ ପରେ ବି ଏପର୍ଯ୍ୟନ୍ତ ଓଡିଶାର ୩୦ ହଜାର ଲୋକ ଏଥିରେ ସାମିଲ ହେଲେଣି। ଓଡିଶାର ଲୋକଙ୍କୁ ଶ୍ରମୟୋଗୀ ଯୋଜନା ଲାଭ ହେବ ବୋଲ ିସେ କହିଛନ୍ତି।

ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କଲେ ନାହିଁ, ପିଏମ କିଷାନ ଯୋଜନାର ତାଲିକା ଦେଉନାହାନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହଯୋଗ କରୁନାହାନ୍ତି, ବିଜୁଳି ଦେବାରେ ସହଯୋଗ କରୁନଥିବା ବେଳେ ଉଜ୍ଜଳା ଯୋଜନାକୁ ବଦନାମ

କରିବାରେ ତାକତ ଲଗାଉଛନ୍ତି। ମୁଖ୍ୟମନ୍ତ୍ରୀ ଓଡିଶାରେ କଣ ପାଇଁ ଅଛନ୍ତି ? ଓଡିଶା ଲୋକଙ୍କ ପାଇଁ ଅଛନ୍ତି ନା ଓଡିଆ ଲୋକଙ୍କ ଉପରେ ଦାଉ ସାଧିବା ପାଇଁ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top