ad
ଓଡ଼ିଶା

ମୁଖ୍ୟମନ୍ତ୍ରୀ ଦ୍ଵାରା ଓଡିଶାର ପ୍ରଥମ ଅତ୍ୟାଧୁନିକ ଜିଲ୍ଲା ପରିଷଦ ଗୃହ ଉଦଘାଟନ ସହ ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ

ଶେରଗଡ:୧୦/୧୧, (ଓଡିଆ ପୁଅ/ଲଡୁ କିଶୋର ଦାସ) ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନକିଆ ଗଂଜାମ ଜିଲ୍ଲା ଗସ୍ତରେ ଆସିଥିଲେ।ପୂର୍ବ ନିର୍ଦ୍ଧି।ରିତ କାର୍ଯ୍ୟକର୍ମ ଅନୁଯାଇ ଦିନ ପ୍ରାୟ ୧୧ ଘଣ୍ଟା ୧୫ ମିନଟ ସମୟ ନିଜ ନିର୍ବାଚନ ମଣ୍ଡଳି ହିଂଜିଳି ନିକଟ ସମରଝୋଳ ଛକ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପଡିଆରେ ଅବତରଣ କରିବା ପରେ ନିଜ ନିର୍ବାଚନ ମଣ୍ଡଳି ଶେରଗଡ ଗସ୍ତ ଯାଇ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପ୍ରାୟ ୧୦୯ କୋଟି ଉର୍ଦ୍ଧ ଟଙ୍କାର ବିଭିନ୍ନ ଉନ୍ନୟନ ମୁଳକ ପ୍ରକଲ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଶେରଗଡ ଠାରେ ୮କୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ଆଇ ଟି ଆଇ କୋଠାର ଶୁଭ ଉଦଘାଟନ, ୧କୋଟି ୯୦ ଲକ୍ଷ ଟଙ୍କାର ନବ ନିର୍ମିତ ଏକ ଶହ ସିଟ ବିଶିଷ୍ଠ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ, ୧ କୋଟି ୩୧ ଲକ୍ଷ ବିକାଶ କେନ୍ଦ୍ର, ନନ୍ଦୀନି ନାଳ ସେତୁ ୮କୋଟି ୨୧ ଲକ୍ଷ, ଶେରଗଡ ପଂଚାୟତ ଭବନ ୨୫ ଲକ୍ଷ, ଶେରଗଡ ମୁଖ୍ୟରାସ୍ତା ଆଲୋକିକରଣ ୧୫ ଲକ୍ଷ ଏବଂ ୧୧ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ଧରକୋଟ ବ୍ଳକ ତାଳପାଟଣା ଠାରେ ଋଷିକୁଲ୍ୟା ନଦୀ ଉପରେ ହାଇ ଲେବଲ ସେତୁର ଶୁଭ ଉଦଘାଟନ କରିଥିଲେ।ଏହା ପରେ ବିଭିନ୍ନ ଜନକଲ୍ୟାଣ ଯୋଜନାର ହିତାଧିକାରି ମାନଙ୍କୁ ସହୟତା କରିବା ସହ ଆମ ଗାଁ ଆମ ବିକାଶ ଯୋଜନାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବ ଗ୍ରହଣ କରିଥିଲେ। ଏଠାରେ ଆୟୋଜିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଭଲ କାମ କର ଓ ଶୀଘ୍ର କାମ କର। ଏଠାରେ ଏତେ ସଂଖ୍ୟକ ଲୋକଙ୍କ ଭେଟିବା ପାଇଁ ସୁଯୋଗ ପାଇଥିବାରୁ ମୁଁ ସନ୍ତୋଷ ହେଲି ବୋଲି କହିଥିଲେ। ଅଚଂଳର ବିକାଶ ଲାଗି ସରକାର ଉଦ୍ୟମ କରୁଛନ୍ତି ବୋଲି କହିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ଅଭିମୁଖେ ବାହାରି ଥିଲେ।ଛତ୍ରପୁର ଠାରେ ପ୍ରାୟ ୮ କୋଟି ଟଙ୍କା ବିନିମୟରେ ଓଡିଶାର ପ୍ରଥମ ଅତ୍ୟାଧୁନିକ ଜିଲ୍ଲା ପରିଷଦ ଗୃହକୁ ଉଦଘାଟନ କରିଥିଲେ।ଆଜିର ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ଭି.କାର୍ତିକ ପାଣ୍ଡିଆନ, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତାକୁଲାଙ୍ଗେ, ଗୋପାଳପୁର ବିଧାୟକ ଡ . ପ୍ରଦିପ ପାଣିଗ୍ରାହୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟଣ ମନ୍ତ୍ରୀ ସୂଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଉଷା ଦେବୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଗ୍ରସ୍ତକୁ ଦୁଷ୍ଠିରେ ରଖି ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top