ମୁଖ୍ୟମନ୍ତ୍ରୀ ଜଙ୍ଗଲ ଓ ପରିବେଶ ବିଭାଗ ସମୀକ୍ଷା ପ୍ରସଙ୍ଗରେ: ବିଜେଡିର ସହାୟତାରେ ଅସାଧୁ ମାଫିଆମାନେ ଜଙ୍ଗଲ ଓ ଖଣିଜପଦାର୍ଥକୁ ଚୋରାଚାଲାଣ କରୁଛନ୍ତି: ବିଜେପି

ଭୁବନେଶ୍ୱର ୧୬ ମଇ (ଓଡ଼ିଆ ପୁଅ) ରାଜ୍ୟ ସରକାର ଜଙ୍ଗଲକୁ ସୁରକ୍ଷା ଦେଇପାରୁ ନାହାଁନ୍ତି। ପ୍ରତିଦିନ ଗଛ କଟା ହୋଇ ବାହାରକୁ ଚୋରା ଚାଲାଣ ଚାଲିଛି। ଏନି ସରକାର ଚୁପ୍ ରହିଛନ୍ତି। ସାରା ଦେଶର ୨୩ପ୍ରତିଶତ କ୍ରୋମାଇଟ ଓଡିଶାରେ ରହିଛି। କିନ୍ତୁ କିଛି ଅସାଧୁ ମାଫିଆ ବିଜେଡିର ସହାୟତାରେ ଜଙ୍ଗଲ ଓ ଖଣିଜପଦାର୍ଥକୁ ଚୋରାଚାଲାଣ କରୁଛନ୍ତି। ସରକାର ଖଣିଜ ପଦାର୍ଥ ଲୁଟ ପାଇଁ ସୁଯୋଗ ଦେଉଛନ୍ତି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ମହୁଲ କିଲୋ ପିଛା ସହାୟକ ମୂଲ୍ୟ ୧୫୦ ଟଙ୍କା, ଶାଳ ମଂଜି ୧୦ ଟଙ୍କା, ଶାଳ ପତ୍ର ୨୧ ଟଙ୍କା ମଂଜି ସହ ତେନ୍ତୁଳି ୧୮ ଟଙ୍କା, ନିମ୍ବ ମଂଜି ୧୨ ଟଙ୍କା, ଝାଡୁ ଘାସ ୧୦ ଟଙ୍କା କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଏହି ମୂଲ୍ୟ କାହିଁକି ଆଦିବାସୀ ମାନଙ୍କୁ ମିଳୁ ନାହିଁ, ଏହାର ଉତର ଦେବା ପାଇଁ ଶ୍ରୀ ଷଡଙ୍ଗୀ ଆହ୍ୱାନ କରିଛନ୍ତି। ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟର କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ମିଳୁ ନାହିଁ ବୋଲି ଶ୍ରୀ ଷଡଙ୍ଗୀ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *