ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କର ବଡ଼ ନିଷ୍ପତ୍ତି: ଭଙ୍ଗ ହେବ ବିଧାନ ସଭା

ତେଲେଙ୍ଗାନା ୬-୯ (ଓଡ଼ିଆ ପୁଅ) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ବିଧାନସଭା ଭଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ମାରିଛି। ଏହି ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରାଜ ଭବନ ପହଁଞ୍ଚିଛନ୍ତି। ସମୟ ପୂର୍ବରୁ ବିଧାନ ସଭା ଭଙ୍ଗ ହେବାର ସମ୍ଭାବନା ଯୋଗୁ ସମୟ ପୂର୍ବରୁ ନିର୍ବାଚନ ହେବାର ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟଯେ, ବର୍ତ୍ତମାନ କେସିଆର ସରକାଙ୍କର କାର୍ଯ୍ୟକାଳ ୨୦୧୯ ପର୍ଯ୍ୟନ୍ତ ଥିଲା। କିନ୍ତୁ ଚଳିତ ବର୍ଷ ଅନ୍ତିମ ମାସରେ ତିନୋଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ସହିତ ଏହି ତେଲେଙ୍ଗାନାର ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଇପାରେ।

Leave a Reply

Your email address will not be published. Required fields are marked *