ଓଡ଼ିଶା

ମୁଖ୍ୟମନ୍ତ୍ରୀ ଙ୍କ ମାଲକାନଗିରି ଜିଲ୍ଲା ଗସ୍ତକୁନେଇ ବିଜେଡି କଂଗ୍ରେସ ଦଳ ମଧ୍ୟରେ ବିବାଦ ଘନେଇଲା

ମାଲକାନଗିରି, ୨୬ା୬ (ଓଡିଆ ପୁଅ) ବିଛିନ୍ନାଚଂଳର ଲାଇଫଲାଇନ କୁହା ଯାଉଥିବା ଗୁରୁପ୍ରୀୟା ସେତୁ ଇତିମଧ୍ୟରେ ନିର୍ମାଣସରିଛି, ଏହାକୁ ଉଦଘାଟନ କରିବା ପାଇଁ ଖୁବଶିଘ୍ର ମୁଖ୍ୟମନ୍ତ୍ରୀ ଙ୍କ ମାଲକାନଗିରି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଙ୍କ ମାଲକାନଗିରି ଗସ୍ତକାର୍ଯ୍ୟକ୍ରମ କୁ ନେଇ ଏବେ କଂଗ୍ରେସ ଓ ବିଜିଡେ ଦଳ ମଧ୍ୟରେ ବିବାଦ ଲାଗିଯାଇଛି। ମାଲକାନଗିରି ଜିଲ୍ଲାବାସୀଙ୍କ ମୌଳିକ ଅଧିକାର ଓ ୫ଟି ଦାବି ତୁରନ୍ତ ପୂରଣ କରାନଗଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କୁ ମାଲକାନଗିରି ଜିଲ୍ଲାରେ ପୁରାଇ ଦିଆଯିବ ନାହିଁ ବୋଲି ଜିଲ୍ଲାକଂଗ୍ରେସ ଦଳ ପକ୍ଷରୁ ନିସ୍ପତି ନିଆଯାଇ ପିସିସି କାର୍ଯ୍ୟକାରି ସଭାପତି ପୁବ ର୍ତନ ସାସଂଦ ପ୍ରଦୀପ ମାଝୀ ଗତ ୨୨ତାରିଖରେ ସାମ୍ବାଦିକ ସମ୍ମିଳନୀରେ ବିବୃତି ଦେଇଥିଲେ। ଶ୍ରୀ ପ୍ରଦୀପ ମାଝୀଙ୍କ ବିବୃତିକୁ ଖଣ୍ଡନ କରି ଯୁବବିଜେଡି, ବିଜୁଛାତ୍ରଜନତା, ମହିଳାବିଜୁ ଜନତା ଦଳ ପକ୍ଷରୁ ଗତ ୨୩ତାରିଖରେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳକୁ ସମାଲୋଚନା କରି ପାଲଟା ଜବାବଦେଇ ବିଜେଡି ସରକାରଙ୍କ ଶାସନ କାଳରେ ଜିଲ୍ଲା ତଥା ରାଜ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ବିବରଣୀ ଦେବା ସହିତ କଂଗ୍ରେସ ଦଳ ଓ ପୁବ ର୍ତନ ସାସଂଦ ଶ୍ରୀ ମାଝୀ ଙ୍କୁ ଖୋଲାମଚଂ ରେ ଆଲୋଚନାକରିବା ପାଇଁ ଆହ୍ୱାଦେଇ ଥିଲେ। ବିଜୁଯୁବଜନତା ଦଳର ସମାଲୋଚନାକୁ ଦୃଢଭାବେ ନିନ୍ଦାକରି ପୁଣି କଂଗ୍ରେସ ଦଳପକ୍ଷରୁ ଗତ ୨୪ତାରିଖ ସଂନ୍ଧ୍ୟାରେ ଜିଲ୍ଲା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଆୟୋଜନ କରିଥିଲେ ସାମ୍ବାଦିକ ସମ୍ମିଳନୀ। ସ୍ଥାନୀୟ ରକହିଲ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରବି ରାଜେଶ କୁମାର, ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ ସଭାପତି ଇଶ୍ୱରଚନ୍ଦ୍ର ଖୋସଲା, ଛାତ୍ର କଂଗ୍ରେସ ସଭାପତି ବୁଦ୍ଧିସାଗର ସାହୁ ପ୍ରମୁଖ କଂଗ୍ରେସ ନେତା ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ଓ ଗୁରୁପ୍ରୀୟା ସେତୁ ଉଦଘାଟନକୁ କଂଗ୍ରେସ ଦଳ ବିରୋଧ କରୁନାହିଁ। ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟ ଗୁଡିକୁ ପୁରଣ ନ କଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ସଂପୁଣ୍ଣ ର୍ଭାବେ ବିରୋଧ କରାଯିବ ବୋଲି ଧମକ ଦେଇଥିଲେ। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଦ ଗରିବ ଆଦିବାସୀ, ହରିଜନ ଛାତ୍ର ଛାତ୍ରୀ ଶିକ୍ଷାଦାନରୁ ବଚିଂତ ହୋଇଛନ୍ତି। ଏହି ପିଲାମାନଙ୍କୁ ତହସିଲ ପକ୍ଷରୁ ଆଦିବାସୀ, ହରିଜନ ଜାତିଗତ ପ୍ରମାଣ ପତ୍ର ଦିଆଯାଉ ନଥିବାରୁ ସେମନଙ୍କୁ ବିଦ୍ୟାଳୟ ଓ ଛାତ୍ରବାସରୁ କାଢିଦିଆଯାଇଛି। କେବଳ ହରିଜନ, ଆଦିବାସୀ ଛାତ୍ର ଛାତ୍ରୀ ନୁହଁନ୍ତି, ସାଧରଣ ବର୍ଗର ଗରିବ ପିଲାମାନେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗରୁ ବଚିଂତ ହୋଇ ପାଠ ପଢିପାରୁ ନାହଁନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରବାସରେ ସ୍ଥାନ ଦେଇ ମାଗଣାରେ ଶିକ୍ଷାଦନ ବ୍ୟବସ୍ଥା କରାଯାଉ, ଚାକିରି ଯୋଗଇବା ନାମରେ ଚିତ୍ରକୋଣ୍ଡା ବିଛିନ୍ନାଚଂଳରୁ ସିଲେଇ ତାଲିମ ନେଇଥିବା ଆଦିବାସୀ ବାଳିକା ଲକ୍ଷ୍ମିମାଟାମ କୁ ପ୍ରଥମେ ବାଙ୍ଗାଲୁର କୁନେଇ ପରେ ବାଙ୍ଗଲାଦେଶରେ ବିକ୍ରୀ କରିଦିଆଯାଇଛି, ତାକୁ ତୁରନ୍ତ ରାଜ୍ୟସରକାର, ଜିଲ୍ଲାପ୍ରଶାନ ଉଦ୍ଧାର କରି ଆଣି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରନ୍ତୁ, ଠିକ ସେହିପରି ପାଠପଡିବା ନାମରେ ମୁଦୁଲିପଡା ବଣ୍ଡାଘାଟିର ଜଣେ ବଣ୍ଡାବାଳକ ରାମଚନ୍ଦ୍ରମାନ୍ଦ୍ରା ନିଖୋଜ ହେବା, ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ଜଙ୍ଗଲଜମିପଟା ଦେବା, ସହର ଓ ବସ୍ତିଅଚଂଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ଘରଡିହ ପଟା ଦେବା ଇତ୍ୟାଦି ଦାବିନେଇ କଂଗ୍ରେସ ଦଳ ଗତ କିଛି ମାସତଳେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ପରେ ମଧ୍ୟ ରାଜ୍ୟ ସରକାର କି ଜିଲ୍ଲାପ୍ରଶାସନ ଦାବିଗୁଡିକ ପ୍ରତି ଗୁରୁତ୍ୱ ଦେଇ ନଥିବାରୁ ବାଧ୍ୟହୋଇ କଂଗ୍ରେସଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ମାଲକାନଗିରି ଗସ୍ତକୁ ଦୃଢ ବିରୋଧକରା ଯାଉଛି। ତୁରନ୍ତ ଯୁଦ୍ଧକାଳିନ ଭିତିରେ ଜିଲ୍ଲାବାସୀଙ୍କ ୫ଟି ମୌଳିକ ଦାବି ପୁରଣ କରା ନଗଲେ ରାଜ୍ୟମୁଖ୍ୟମନ୍ତ୍ରୀ ନବୀନପଟନାୟକଙ୍କୁ ମାଲକାନଗିରିରେ ପୁରାଇଦିଆ ଯିବ ନାହିଁ ବୋଲି ଯୁବ, ଛାତ୍ର କଂଗ୍ରେସଦଳ ପକ୍ଷରୁ ସୂଚନାଦେଇଛନ୍ତି। ଗତ କିଛି ଦିନହେଲା କଂଗ୍ରେସ ଓ ବିଜିଡି ଦଳ ମଧ୍ୟରେ ବାକ ଯୁଦ୍ଧ ଯୋରଦାର ଲାଗି ଯାଇଛି। ଉଭୟ ଦଳର ମୁଖ୍ୟ ନେତା ମାନେ ସାମନାକୁ ନ ଆସି ଏବେ ଯୁବନେତା ମାନଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ କରି କଥା କଟା କଟି ହୋଇ ଯୋରଦାର ରାଜନୈତିକ କାଦୁଅ ଫିଙ୍ଗା ଆରମ୍ଭ କରିଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top