ଜିଲ୍ଲା ପରିକ୍ରମା

ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ସ୍ୱାଗତ ଜଣାଇଲେ ବରିଷ୍ଟ କଂଗ୍ରେସ ନେତା, ପ୍ରଥମେ ମାଟି,ପରେ ଜାତି ତାପରେ ପାର୍ଟୀ କହିଲେ

ମାଲକାନଗିରି,୧୩ା୭ (ଓଡିଆ ପୁଅ )  ଗୋଟିଏ ପଟେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରି ସଭାପତି ଓ ଜିଲ୍ଲାକଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଗତ ତନିଦିନହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇ ଅସ୍ଥାୟୀ ବିଦ୍ୟାଳୟ ଖୋଲି ପିଲାମାନଙ୍କୁ ଶିକ୍ଷାଦାନ ଦେଉଥିବା ବେଳେ  ଅନ୍ୟପଟେ ସେହି ଦଳର ବରିଷ୍ଟ ନେତା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସ୍ୱାଗତ ଜଣାଇ ବା ଘଟଣା କଂଗ୍ରସଦଳ ରେ ଗୋଷ୍ଟିକନ୍ଦଳ କୁ ପଦାରେ ପକାଇଛି , ଦୁଇହଜାର ପିଲା ଶିକ୍ଷାଦାନରୁ ବଚିଂତ ହେବା ଓ ୫ଦଫା ଦାବିପୁରଣ ନେଇ ମାଲାକନଗିରି ଜିଲ୍ଲାକଂଗ୍ରେସ ଦଳ ପକ୍ଷରୁ ପିସିସି କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝୀ ଓ ଜିଲ୍ଲାସଭାପତି ଗୋବିନ୍ଦପାତ୍ର ଙ୍କ ନେତୃତ୍ୱରେ  ଗତ୧୦ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଏହି ଆନ୍ଦୋଳନକୁ ଏଆଇସିସି ଯୁବ କଂଗ୍ରସ ଉପସଭାପତି ଓ ସଂପାଦକ ମାଲକାନଗିରି ଗସ୍ତକରି ସମର୍ଥନ ଜଣାଇଥିଲେ । ସେମାନଙ୍କ ଦାବିପୁରଣ ନହେଲେ  ମୁଖ୍ୟମନ୍ତ୍ରୀ ଙ୍କ ମାଲକାନଗିରି ଗସ୍ତ ଓ ଗୁରୁପ୍ରୀୟା ସେତୁ ଉଦଘାଟନିକୁ ବିରୋଧ କରାଯାଇ ଆସନ୍ତା ୧୮ତାରିଖରେ ଚିତ୍ରକୋଣ୍ଡା ବନ୍ଦଡାକରା ଦିଆଯିବ ବୋଲି ଘୋଷଣା କରିଥିଲେ । ଅନ୍ୟପଟେ ଜିଲ୍ଲାର ବରିଷ୍ଟକଂଗ୍ରେସ ନେତା ପୁର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବରୁଦା ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ ଓ ଗୁରୁପ୍ରୀୟା ସେତୁ ଉଦଘାଟନିକୁ ସ୍ୱାଗତ ଜଣାଇଛନ୍ତି । ଆଜି ମାଲ୍ୟବନ୍ତ ଲଜ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବରୁଦା କହିଥିଲେ ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ କୌଣସି ରାଜନୈତିକ ଦଳ ବାଧା ଦେବା ଉଚିତ ନୁହଁ,କୋରାପୁଟ ଜିଲ୍ଲାର ଅବହେଳିତ କୋଟିଆ ଅଚଂଳବାସୀ ଆନ୍ଦ୍ରପ୍ରଦେଶରେ ମିଶିଯିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଅବହେଳିତ ହୋଇ ରହିଥିବା ଚିତ୍ରକୋଣ୍ଡା ବିଛିନ୍ନାଚଂଳର ୭ଟି ପଚାଂୟତ ୧୫୧ଖଣ୍ଡ ଗ୍ରାମବାସୀ କେବେ ବି ଆନ୍ଦ୍ରପ୍ରଦେଶରେ ମିଶିବାକୁ ଚାହିଁ ନହାଁନ୍ତି,ସେମାନେ ବୁହବାଧା ବିଘ୍ନସହି ରହିଛନ୍ତି । ସେମାନଙ୍କ ସ୍ୱପ୍ନର ବହୁପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ଇତି ମଧ୍ୟରେ ନିର୍ମାଣ ସରିଛି,ତାହା କେବଳ ଉଦଘାଟନି ପାଇଁ ଅପେକ୍ଷା କରିରହିଛି । ଏହା ଉଦଘାଟନିହେବା ପରେ ବିଛିନ୍ନାଚଂଳ ବାସୀଙ୍କ ସମସ୍ୟା ଦୁରହେବା ସହିତ ସିଧାସଳଖ ଭାବେ ସଡକ ପଥରେ ବିଛିନ୍ନାଚଂଳକୁ ଯୋଗା ଯୋଗ ହୋଇପାରିବ । ଏହି ଉଦଘାଟନି କୁ ପ୍ରତିବନ୍ଧକ ସୃଷ୍ଟିକରିବା ଉଚିତ ନୁହଁ । ଜିଲ୍ଲାର ସମସ୍ୟା ରହିଛି ବିରୋଧି ଦଳ ହିସାବରେ ସେ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟସରକାରଙ୍କ ନିକଟରେ ଉପସ୍ଥାପନ କରିବା ଉଚିତ । ତା ମାନେ ନୁହଁ ଯେ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ବିରୋଧ କରିବା । ମୁ ଜଣେ ବିରଷ୍ଟ ନାଗରିକ ଏ ମାଟିର ଶନ୍ତାନ ହିସାବରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସ୍ୱାଗତ ଜଣାଉଛି । ପ୍ରଥମେ ମାଟି ପରେ ଜାତି ତାପରେ ପାର୍ଟୀ ବୋଲି ଶ୍ରୀ ବୁରୁଦା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top