ଜିଲ୍ଲା ପରିକ୍ରମା

ମୁଖ୍ୟମନ୍ତ୍ରୀଙ୍କ ସ୍ୱାଭିମାନ ଅଚଂଳ ୧୦ଦିନହେଲା ଅନ୍ଧାର,ଗୁରୁପ୍ରୀୟା ସେତୁ ପ୍ରତି ବିପଦ

ମାଲକାନଗିରି,୪ା୯ (ଓଡିଆ ପୁଅ ) ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା  ଘୋଷଣା କରାଯାଇଥିବା  ସ୍ୱାଭିମାନ ଅଚଂଳ ଗତ ୧୦ଦିନହେଲା ଅନ୍ଧାରରେ ଥିବାରୁ ବିଛିନ୍ନାଚଂଳ ବାସୀଙ୍କ ଲାଇଫଲାଇନ ଗୁରୁପ୍ରୀୟା ସେତୁ ପ୍ରତି ବିପଦ ଘନେଇ ଆସୁଥିବାର ଜଣାପଡିଛି । ଦୀର୍ଘ ଦୁଇମାସ ହେଲା ସମଗ୍ର ଜିଲ୍ଲାରେ ଲଗାଣବର୍ଷା ଲାଗିରହିବା ଦ୍ୱାରା ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାର ଓ ଗୁରୁପ୍ରୀୟା ନଦୀରେ ଜଳସ୍ତର ବୃଦ୍ଧିପାଇଛି । ଜଳଭଣ୍ଡାର ଓ ସେତୁ ନିକଟରେ ଥିବା ବିଦ୍ୟୁତ ଖୁଟଂ ଗୁଡିକ ବୁଡିଯାଇ ବିଦ୍ୟୁତ ସରବରାହ ବନ୍ଦରହିଛି । ଏମିତି କି ଗୁରୁପ୍ରୀୟା ସେତୁ କୁ ଉଜ୍ଜଳ ଆଲୋକ  କରିବା ପାଇଁ ଲଗାଯାଇଥିବା ଏଲଇଡି ଲାଇଟ ଗୁଡିକ ମଧ୍ୟଖରାପ ହୋଇ ଯାଇଛି । ଉଜ୍ଜଳଆଲୋକ ମାଳାରେ ସଜିତ ହୋଇ ରହିଥିବା ଗୁରୁପ୍ରୀୟା ସେତୁ ଦୀର୍ଘ୧୦ଦିନହେଲା ଅନ୍ଧାରରେ ଥିବାରୁ ସେତୁ ପ୍ରତି ବିପଦ ରହିଥିବାର ଆଶଙ୍କାକୁ ଏଡାଇଦିଆ ଯାଇନପାରେ । ଚିତ୍ରକୋଣ୍ଡା ବ୍ଲକ  ପାପରମେଟଲା, ବଡପଡା,ପଣସପୁଟ,ଅଣ୍ଡ୍ରାପାଲି,ରାଲେଗଡା, ଜୋଡାଆମ୍ବ,ଯନ୍ତ୍ରୀ ପଚାଂୟତର ୧୫୧ଖଣ୍ଡ ଗ୍ରାମ ସ୍ୱାଭିମାନ ଅଚଂଳ ଆନ୍ଧାରରେ ରହିଛି । ଏହା ମାଓପ୍ରବଣ ଅଚଂଳ ହୋଇଥିବାରୁ ଗୁରୁପ୍ରୀୟା ସେତୁ ସହିତ ସମଗ୍ର ସ୍ୱାଭିମାନ ଅଚଂଳ ଦୀର୍ଘ ୧୦ଦିନହେଲା ଅନ୍ଧାରରେ ବିପଦ ସଙ୍କୁଳ ଅବସ୍ଥାରେ  ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରୁନଥିବାରୁ ସ୍ୱାଭିମାନ ଅଚଂଳବାସୀ ମାଲକାନଗିରି ଜିଲ୍ଲାପାଳ ଙ୍କୁ ଭେଟି ତୁରନ୍ତ ବିଦ୍ୟୁତ ବ୍ୟବସ୍ଥା କରିବା ପାଇଁ ଦାବିଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top