ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ସଭା: ମୋ ସରକାର ଗ୍ରାମାଞ୍ଚଳ ବିକାଶରେ ଗୁରୁତ୍ୱ ଦିଏ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖଇରା/ବାଲେଶ୍ୱର, ୩୧/୧ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା )-ଖଇରା ବ୍ଲକ ଚାନ୍ଦଗୋଛି ପଡିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମୋ ସରକାର ଗ୍ରାମାଞ୍ଚଳରେ ବିକାଶ ପାଇଁ ସବୁବେଳେ ଉଦ୍ୟମ କରିଆସିଛି, ଯୋଗାଯୋଗର ସୁବିଧା ଓ ଏହାର ଭିତ୍ତିଭୂମିର ବିକାଶ ପାଇଁ ସର୍ବଦା ଉଦ୍ୟମ ଜାରି ରଖିଛି ଓ ରହିବ ବୋଲି କହିଥିଲେ। ମାର୍କୋଣା-ଔପଦା(ଭାୟା ଗଣ୍ଡିବେଡ)ରାସ୍ତା, କଳମଚୁଆ ଠାରେ ପାନୀୟ ଜଳ ପ୍ରକଲ୍ପ, ବକ୍ରେଶ୍ୱରକୁ ଯିବାଆସିବା ପାଇଁ ନିତିଦିନିଆ ରାସ୍ତା ଓ ବିଜୁସେତୁର ଶୁଭଶିଳା ନ୍ୟାସ କରିଥିଲେ। ମହିଳା ସ୍ୱଂୟସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ ଓ ଅସହାୟ, ଭିନ୍ନକ୍ଷମ, ବିକଳାଙ୍ଗ, ବିଧବା, ବାର୍ଦ୍ଧକ୍ୟ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହି ଶିଳାନ୍ୟାସ ସଭାରେ ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଭାପତିତ୍ୱ କରିଥିବାବେଳେ ଭଦ୍ରକ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠୀ, ସୋର ବିଧାୟକ ପର୍ଶୁରାମ ଧଡା, ନିଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଓ ନିଳଗିରି ଉପଜିଲ୍ଲା ଅବଲି ନରଅଣେ ମଞ୍ଚାସିନ ଥିଲେ। ପ୍ରବଳ ଜନସମାବେଶରେ ଚାନ୍ଦଗୋଛି ପଡିଆଟି ପ୍ରକମ୍ପିତ ହୋଇଉଠିଥିଲା। ଏସପି ନିତିଶେଖର ଓ ଖଇରା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ସମେତ ବହୁ ପଦାଧିକରୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରବଳ ଜନ ସମାବେଶ ନିୟନ୍ତ୍ରଣ ପାଇଁ ବହୁ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ମୁଖ୍ୟ ମନ୍ତ୍ରୀ ହେଲିକେପ୍ଟରୁ ଓହ୍ଲାଇବା ପରେ ପଦାଧିକାରୀ ମାନେ ସମ୍ବର୍ଦ୍ଧନା କରିବା ସହିତ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ବ୍ଲକ ଅଧ୍ୟକ୍ଷା ଅଭିଲ୍ପିସା ସାହୁ, ବିଜେଡି ବ୍ଲକ ସଭାପତି ବ୍ରଜ କିଶୋର ମହାନ୍ତି, ଶ୍ୟାମସୁନ୍ଦରପୁର ସରପଞ୍ଚ ଶୁସାନ୍ତ କୁମାର ମାହାକୁଡ, ଯୁବନେତା ମାନସ ଦାସ, ଖଇରା ସେବା ସମବାୟ ସଭାପତି ସୌମ୍ୟରଞ୍ଜନ ନାୟକ, ସିମୁଳିଆ ବିଜେଡି ଯୁବ ସଭାପତି ଗଦାଧର ଜେନା, ସୁଜିତ୍ ପତ୍ରି, ଯୁବ ସମାଜ ସେବୀ ପ୍ରଦିପ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟାଜୟନ୍ତି ମହଲା, ସୁଷମାରାଣୀ ମହାପାତ୍ର, ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମହାନ୍ତିଙ୍କ ସମେତ ନିର୍ବାଚିତ ପ୍ରତିନିଧି ମାନେ ମୁଖ୍ୟ ମନ୍ତ୍ରୀଙ୍କ ଆସିବା ପୂର୍ବରୁ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟ ଅନୁଯାଇ ୨୦ ମିନିଟ୍ ବିଳମ୍ବରେ ପହଞ୍ଚି ଥିଲେ।

Leave a Reply

Your email address will not be published. Required fields are marked *