ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ କାର୍ଯ୍ୟକ୍ରମ ସଭାସ୍ଥଳ ରେ ଏପାଖ ସେପାଖ

ମାଲକାନଗିରି,୨୬ା୭ (ଓଡିଆ ପୁଅ )  ମୁଖ୍ୟମନ୍ତ୍ରୀଙ୍କ ଚିତ୍ରକୋଣ୍ଡା ଓ ମାଲକାନଗିରି ଗସ୍ତ ସମୟରେ ନାନା ପ୍ରକାର ସୁବିଧା, ଅସୁବିଧା ଓ ଏ ପାଖ ସେ ପାଖ କଥା ଦେଖିବାକୁ ମିଳିଥିଲା । ନିର୍ଦ୍ଦାରିତ ସମୟ ଠାରୁ ଅଧଘଟାଂଏ ବିଳମ୍ବରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଠାରେ ପହଁଚିଥିବାରୁ ଦର୍ଶକ ମାନଙ୍କ ମନୋରଜଂନ ପାଇଁ ବ୍ରହ୍ମପୁର ର ସୁନାମଧନ୍ୟ ପ୍ରୀନ୍ସ ଡ୍ୟାନ୍ସଗୃପ୍  ସେମାନଙ୍କ ଚିତାକର୍ଷକ ନୃତ୍ୟୁପରିବେଷଣ କରିଥିଲେ ।

ଏହା ବ୍ୟତିତି ଭୁବନେଶ୍ୱର ଠାରୁ ଆସିଥିବା ଚଳଚିତ୍ର ଅଭିନେତ୍ରୀ ମଧୁସ୍ମିତା ରାଉତ ମଚଂପରିଚାଳନା କରିଥିବା ବେଳେ ଭୁବନେଶ୍ୱର ଠାରୁ ଆସିଥିବା ସୁନାମଧନ୍ୟ କଳାକାର ମାନେ ସଙ୍ଗୀତ ଗାନକରିଥିଲେ ,ଦର୍ଶକ ମାନେ ସଭାଆରମ୍ଭ ପୁର୍ବରୁ  ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ମଜଗୁଲ ହୋଇ ଖୁସିରେ ମୁଖ୍ୟମନ୍ତ୍ରୀଙ୍କ ଆସିବା ବାଟକୁ ଚାହିଁ ବସିରହିଥିଲେ ।ଉଦଘାଟନି ଓ ସଭାସ୍ଥଳରେ ପୁଲିସ ସୁରକ୍ଷାବ୍ୟବସ୍ଥା ଏତେ କଢାକଢି ହୋଇଥିଲା ଯେ ଜିଲ୍ଲାସଦର ମହକୁମା ହସପିଟାଲ ଓ ସଭାସ୍ଥଳ ରେ ଗଣମାଧ୍ୟମ ପ୍ରତିନିଧି,ବିଷିଷ୍ଟବ୍ୟକ୍ତି ଓ  ଜନସାଧାରଣ ପହଁଚିବା ପାଇଁ ଅଧ ଘଟାଂରୁ ଉର୍ଦ୍ଦସମୟ ଲାଗିଥିଲା ,ଏପରି କି ସଭାସ୍ଥଳରେ ନୃତ୍ୟ ପରିବେଷଣ କରିବା ପାଇଁ ଆଦିମ ବଣ୍ଡାଜନଜାତିର ମହିଳା ମାନେ ପାରମ୍ପାରିକ ପୋଷାକରେ ସିଜତ ହୋଇ ଆସିଥିଲେ ମଧ୍ୟ ସେମାନଙ୍କର ପାସ ନଥିବାରୁ ସଭାସ୍ଥଳକୁ ପୁଲିସ କର୍ମଚାରି ମାନେ ଛାଡିନଥିଲେ ।

ଅଧାକିମି ବୁଲି କି ମଚଂନିକଟୁ ଯିବା ପାଇଁ ନର୍ଦ୍ଦେଶ ଦେଇଥିଲେ । ସେମାନେ ସଭାସ୍ଥଳକୁ ଯାଇନପାରି ମଚଂବାହାରେ ଜଗିକି ରହିଥିବାର ଦେଖିବାକୁ ମିଳିଥିଲା । ମାଲାକନଗିରି ଜିଲ୍ଲାସଦର ମହକୁମା ଠାରେ ଅନୁଷ୍ଟିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନସ୍ଥାନରୁ ୫୦ହଜାର ଜନସାଧରଣ ଆସିବେ ବୋଲି ବିଜେଡି ଦଳପକ୍ଷରୁ ଘୋଷଣା କରାଯାଇଥିଲା ,ହେଲେ ଆସିଲେ ୨୦ହଜାର ଲୋକ,ମାଲକାନଗିରି ଜିଲ୍ଲାରେ ଭଲ ବର୍ଷାହୋଇ ଥିବାରୁ ପ୍ରାୟ ଗ୍ରାମବାସୀ ଚାଷକାମରେ ଲାଗିପଡିଥିବାଯୋଗୁଁ ଚାଷ କାମ ଛାଡି ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ଅନେକ ଗ୍ରମରୁ ଲୋକମାନେ ଆସିପାରି ନଥିବାର ଜଣାପଡିଛି ।

 

Leave a Reply

Your email address will not be published. Required fields are marked *